ଓଡିଶା

odisha

By

Published : Dec 5, 2019, 3:00 PM IST

ETV Bharat / city

ଆଜି ମାଣବସା ଗୁରୁବାର, ପିଠାପଣାରେ ମହକୁଛି ପୁରପଲ୍ଲୀ

ମାର୍ଗଶିର ମାସ ଗୁରୁବାର ମା' ଲକ୍ଷ୍ମୀଙ୍କୁ ଘରକୁ ଆବାହନ କରାଯାଇଥାଏ । ଅଧିକ ପଢନ୍ତୁ...

ମାଣବସା ଗୁରୁବାର ଓଷା: ସବୁଠି ଆଧ୍ୟାତ୍ମିକ ପରିବେଶ
ମାଣବସା ଗୁରୁବାର ଓଷା: ସବୁଠି ଆଧ୍ୟାତ୍ମିକ ପରିବେଶ

ପୁରୀ: ପବିତ୍ର ମାର୍ଗଶିର ମାସ ଗୁରୁବାର ତଥା ମାଣବସା ଗୁରୁବାର ଓଷା । ଏହି ଦିନ ମା' ଲକ୍ଷ୍ମୀଙ୍କୁ ଘରକୁ ଆବାହନ କରାଯାଇଥାଏ ।

ମାଣବସା ଗୁରୁବାର ଓଷା: ସବୁଠି ଆଧ୍ୟାତ୍ମିକ ପରିବେଶ

ବିଶ୍ବାସ ରହିଛି ଏହି ଦିନରେ ନିଷ୍ଠାର ସହ ମା'ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ଧନଧାନ୍ୟର ଅଭାବ ରୁହେ ନାହିଁ । ଗୃହରେ ଶାନ୍ତି ବିରାଜମାନ କରେ । ଏଣୁ ପରମ୍ପରା ଅନୁଯାୟୀ ସକାଳୁ ସକାଳୁ ଘରର ମହିଳାମାନେ ଘର ଅଗଣାରେ ଝୋଟି ପକାଇ ଘର ମା'ଲକ୍ଷ୍ମୀଙ୍କୁ ସମସ୍ତ ରୀତିନୀତି ଅନୁସାରେ ପୂଜାଅର୍ଚ୍ଚନା କରିଥାନ୍ତି । ଏହାସହ ବିଭିନ୍ନ ଭୋଗ ନୌବେଦ୍ୟ ସହ ଲକ୍ଷ୍ମୀ ପୁରାଣ ପାଠ କରିଥାନ୍ତି ।

ତେବେ ମାର୍ଗଶିର ଗୁରୁବାର ଓଡ଼ିଆ ଘରର ଏକ ପରମ୍ପରା । ଏଣୁ ଘର ବୋହୂମାନେ ବେଶ ନିଷ୍ଠାର ସହ ଏହି ଦିନକୁ ପାଳନ କରିଥାନ୍ତି । ମାଣ ବସା ଗୁରୁବାରକୁ ନେଇ ଓଡିଶାର ପୁର ପଲ୍ଲୀ ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ମଧ୍ୟ ଏହି ଓଷା ବେଶ ନିଷ୍ଠାର ସହ ପାଳନ କରୁଛନ୍ତି ମହିଳା ମାନେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details