ଓଡିଶା

odisha

By

Published : Dec 29, 2020, 5:51 PM IST

Updated : Dec 29, 2020, 8:25 PM IST

ETV Bharat / city

ଶ୍ରୀମନ୍ଦିରରେ ବେଆଇନ ପ୍ରବେଶ; 4 ସ୍ୱାସ୍ଥ୍ୟକର୍ମୀ ନିଲମ୍ବିତ, ବଡବଡିଆଙ୍କୁ ଛାଡ !

ବିନା ଟୋକନରେ 4 ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ମହାପ୍ରଭୁଙ୍କ ଦର୍ଶନ ନେଇ କାର୍ଯ୍ୟନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଅଧିକ ଖବର ପଢନ୍ତୁ...

ଶ୍ରୀମନ୍ଦିର ବେଆଇନ ପ୍ରବେଶ ନେଇ 4 ସ୍ୱାସ୍ଥ୍ୟ କର୍ମୀ ନିଲମ୍ବିତ
ଶ୍ରୀମନ୍ଦିର ବେଆଇନ ପ୍ରବେଶ ନେଇ 4 ସ୍ୱାସ୍ଥ୍ୟ କର୍ମୀ ନିଲମ୍ବିତ

ପୁରୀ: ଗତ ରବିବାର ଶ୍ରୀମନ୍ଦିରରେ ବିନା ଟୋକନରେ 4 ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ମହାପ୍ରଭୁଙ୍କ ଦର୍ଶନ ନେଇ କାର୍ଯ୍ୟନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । 4 ଜଣ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।

ଶ୍ରୀମନ୍ଦିରରେ ବେଆଇନ ପ୍ରବେଶ; 4 ସ୍ୱାସ୍ଥ୍ୟକର୍ମୀ ନିଲମ୍ବିତ, ବଡବଡିଆଙ୍କୁ ଛାଡ !

ଅଭିଯୋଗ ଅନୁଯାୟୀ, ଗତ ରବିବାର 4 ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଯେଉଁ ମାନେକି ଭକ୍ତଙ୍କ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରୁଥିଲେ ବିନା ଅନୁମତିରେ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଯେତେବେଳେ କି କଡା କୋଭିଡ କଟକଣା ଭିତରେ ଟୋକନ ନେଇ ସାଧାରଣ ଭକ୍ତଟିଏ ଦର୍ଶନ କରୁଛି । ଏଣୁ ଶ୍ରୀମନ୍ଦିରରେ କଣ ସରକାରୀ କର୍ମଚାରୀଙ୍କ ପାଇଁ ଅଲଗା ନିୟମ ବୋଲି ପ୍ରଶ୍ନ ଉଠିଥିଲା ।

ଏନେଇ ଗଣମାଧ୍ୟମରେ ଖବର ପରେ ଆଜି ଉକ୍ତ 4 ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରାଯାଇଛି । ହେଲେ ଶ୍ରୀମନ୍ଦିର ଉତ୍ତର ଦ୍ବାର ପଟେ ସତ୍ୟବାଦୀ ତହସିଲଦାର ଜବରଦସ୍ତ ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ୱେ ନିଜ ପରିବାର ଲୋକଙ୍କ ସହ ପ୍ରବେଶ କରିଥିଲେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି ପଦାରେ ପଡିଥିବା କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 29, 2020, 8:25 PM IST

ABOUT THE AUTHOR

...view details