ଓଡିଶା

odisha

By

Published : Nov 24, 2021, 4:14 PM IST

ETV Bharat / city

ShreeMandir Heritage Corridor: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ଜଗନ୍ନାଥ ପ୍ରେମୀଙ୍କ ସ୍ବାଗତ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ(ShreeMandir Heritage Corridor) ଶିଳାନ୍ୟାସକୁ ସ୍ବାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ

ପୁରୀ: ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ(CM Naveen Patnaik) ଉପସ୍ଥିତିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ(Dibyasinghs Deba) ଏହି ପ୍ରକଳ୍ପର ଶିଳା ସ୍ଥାପନ କରିଛନ୍ତି। ସମସ୍ତ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଏକ ବଡ ଦିନ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ(ShreeMandir Heritage Corridor) ଶିଳାନ୍ୟାସକୁ ସ୍ବାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ଜଗନ୍ନାଥ ପ୍ରେମୀଙ୍କ ସ୍ବାଗତ

ବହୁପ୍ରତିକ୍ଷିତ ଏହି ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ପରେ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟରେ ବିସ୍ଥାପିତ ଜମି ମାଲିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ଏକ ଐତିହାସିକ ଦିନ ବୋଲି ବିଜେଡି ନେତା, ମନ୍ତ୍ରୀ କହିଥିବା ବେଳେ ସେବାୟତ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେବାୟତ ମତ ରଖିଛନ୍ତି।

ସେପଟେ ଶ୍ରୀମନ୍ଦିର ଐତିହ କରିଡରରେ ଜାଗା ଯାଇଥିବା କେତେକ ପରିବାର ନିଜ ଜାଗା ହରେଇ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ନିକଟରେ ଘର ଥିବା ଏକ ସ୍ବତନ୍ତ୍ର ଅନୁଭୂତି । ତେବେ ମହାପ୍ରଭୁଙ୍କ ସେବାରେ ଜମି ଯାଇ ଥିବା ହେତୁ ଖୁସି ପ୍ରକଟ କରିଛନ୍ତି ବିସ୍ଥାପିତ ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details