ବ୍ରହ୍ମଗିରି: ବ୍ରହ୍ମଗିରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟିକାର 2ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି । ଟୀକାକରଣ ପାଇଁ ରେବଣା ନୂଆଗାଁ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା।
ବ୍ରହ୍ମଗିରିରେ 2ୟ ପର୍ଯ୍ୟାୟ ଟୀକାକରଣ, ଫେରିଲେ ଶତାଧିକ ଲୋକ
ବ୍ରହ୍ମଗିରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟିକାର 2ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଥିଲା । ମାତ୍ର କେନ୍ଦ୍ରକୁ ଆସିଥିବା ଲୋକେ ଟିକା ନପାଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...
ବ୍ରହ୍ମଗିରିରେ 2ୟ ପର୍ଯ୍ୟାୟ ଟାକାକରଣ
ଆସିଥିବା ଟିକା ସମୁଦ୍ରକୁ ଶଙ୍ଖେ ପରି କମ୍ ସମୟରେ ସରି ଯାଇଥିଲା। କେନ୍ଦ୍ରକୁ ଆସିଥିବା ଲୋକେ ଟିକା ନ ପାଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ଏପରିକି ଟିକା କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ପଞ୍ଜୀକରଣ, ସାମାଜିକ ଦୂରତା ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇନଥିବାରୁ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ।
ବ୍ରହ୍ମଗିରିରୁ ଦେବାଶିଷ୍ ଦାସ, ଇଟିଭି ଭାରତ