ଓଡିଶା

odisha

By

Published : Jul 9, 2022, 2:50 PM IST

ETV Bharat / city

ଲୁଙ୍ଗି ପିନ୍ଧିବା ଷ୍ଟାଇଲରେ ଲୁଟ୍, ପୁରୀ ରେଳ ଷ୍ଟେସନରୁ 5 ଡକାୟତ ଗିରଫ

ପୁରୀ ରେଳଷ୍ଟେସନରେ ଆରପିଏଫ ଥାନା ପୋଲିସକୁ ମିଳିଛି ବଡ ସଫଳତା । ରେଳଷ୍ଟେସନରୁ ଲୁଟ କରୁଥିବା ୫ ଡକାୟତଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ପୁରୀ ପୋଲିସକୁ ସଫଳତା, ଷ୍ଟେସନରୁ ଲୁଟ କରୁଥିବା 5 ଡକାୟତ ଗିରଫ
ପୁରୀ ପୋଲିସକୁ ସଫଳତା, ଷ୍ଟେସନରୁ ଲୁଟ କରୁଥିବା 5 ଡକାୟତ ଗିରଫ

ପୁରୀ: ରେଳଷ୍ଟେସନରେ ଆରପିଏଫ ଥାନା ପୋଲିସକୁ ମିଳିଛି ବଡ ସଫଳତା । ବିଭିନ୍ନ ଉପାୟରେ ରେଳ ଷ୍ଟେସନରେ ଯାତ୍ରୀଙ୍କ ଠାରୁ ଲୁଟ କରୁଥିବା ୫ ଡକାୟତକୁ ଗିରଫ କରିଛି ପୋଲିସ ।

ପୁରୀ ପୋଲିସକୁ ସଫଳତା, ଷ୍ଟେସନରୁ ଲୁଟ କରୁଥିବା 5 ଡକାୟତ ଗିରଫ

ସୂଚନାଅନୁସାରେ, କିଛି ଲୋକଙ୍କ ଗତିବିଧି ଉପରେ ସନ୍ଦେହ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ପୁରୀ ରେଳଷ୍ଟେସନରେ ଆରପିଏଫ ଥାନା ପୋଲିସ । ଏଥିରେ ଏକ ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଭିନ୍ନ ଉପାୟ ଆପଣାଇ ଯାତ୍ରୀଙ୍କ ବ୍ୟାଗ ଲୁଟୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଆରପିଏଫ ଆଇଆଇସିଙ୍କ ନେତୃତ୍ୱରେ ଏକ ଟାସ୍କ ଫୋର୍ସ ଟିମ୍ ପୁରୀ ରେଳ ଷ୍ଟେସନରେ ସ୍ପେଶାଲ ଡ୍ରାଇଭ କରାଯାଇଥିଲା । ଏହି ସମୟରେ ଅନ୍ଧାରରେ ବସି ଡକାୟତି ଯୋଜନା କରିବା ସମୟରେ ଚଢାଉ କରି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏହାସହ ସେମାନଙ୍କ ନିକଟରୁ ୪ଟି ଛୁରୀ, ଲଙ୍କା ଗୁଣ୍ଡ, ସିଗାରେଟ୍, କଳା ପଟି ଜବତ କରାଯାଇଛି। ସିସିଟିଭିରେ ଲୁଟର ଶିକାର ହୋଇଥିବା ସମସ୍ତେ ୟୁପି ଅଞ୍ଚଳର ବାସିନ୍ଦା ଏବଂ ସେମାନେ ୨-୩ଦିନ ପୂର୍ବରୁ ୟୁପିରୁ ଆସି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଓହ୍ଲାଇ ପୁରୀ ଆସିଥିଲେ। ରଥଯାତ୍ରା ଗହଳିର ଫାଇଦା ନେଇ ଲୁଟପାଟ କରିବାକୁ ଯୋଜନା କରିଥିଲେ ଏହି ଡକାୟତ। ପୁରୀ ଜିଆରପି ଥାନା କେଶ ନଂ ୭୬/୨୦୨୨, ଦଫା ୩୯୯,୪୦୨ ଏବଂ ୧୪୫ (ଖ) ରେଲୱେ ଆକ୍ଟରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details