ଓଡିଶା

odisha

ଠିକାଦାରଙ୍କୁ ଗୁଳିମାଡ଼, ପୋଲିସ ସାମ୍ନାରେ ଦୁର୍ବୃତ୍ତଙ୍କୁ ଛେଚିଲେ ଗ୍ରାମବାସୀ

By

Published : Nov 6, 2019, 12:38 PM IST

ଠିକାଦାରଙ୍କୁ ଗୁଳିମାଡ । ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ଦୁର୍ବୃତ୍ତ । ପୋଲିସ ଆସିବାରେ ବିଳମ୍ବ ହେବାରୁ ନିର୍ଧୁମ ଛେଚିଲେ ଗ୍ରାମବାସୀ ।

ଠିକାଦାରଙ୍କୁ ଗୁଳି ମାଡ ପଡିଲା ମହଙ୍ଗା

ପୁରୀ: ଠିକାଦାରଙ୍କୁ ଗୁଳିମାଡ ପଡିଲା ମହଙ୍ଗା । ପୋଲିସ ସାମ୍ନାରେ ଦୁର୍ବୃତ୍ତଙ୍କୁ ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଲୋକେ । ପୁରୀ ଗୋପନାଥ ଅନ୍ତର୍ଗତ ସୁବର୍ଣ୍ଣପୁରରେ ଠିକାଦାର ଉମାକାନ୍ତ ମର୍ଣ୍ଣଂ ୱାଲ୍କରେ ବାହାରିଥିବା ବେଳେ ହଠାତ କଳା ସ୍କୁଟିରେ ଆସି ଦୁଇ ଜଣ ଦୁର୍ବୃତ୍ତ ଗୁଳି ମାଡ କରିଥିଲେ । ଠିକାଦାରଙ୍କ ଦୁଇ ଗୋଡରେ ଗୋଟିଏ ଲେଖାଏଁ ଗୁଳି ବାଜିବା ସହ ପେଟରେ ମଧ୍ୟ ଗୁଳି ବାଜିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ସେପଟେ, ଘଟଣାସ୍ଥଳରୁ ଦୁଇ ଦୃର୍ବୃତ୍ତ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ । ତେବେ ପୋଲିସ ଆସିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଦୁର୍ବୃତ୍ତଙ୍କ ସ୍କୁଟି ଜାଳି ଦେଇଥିଲେ ଉତ୍ତ୍ୟକ୍ତଲୋକେ ।

ଅନ୍ୟପଟେ, ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ ଜବତ କରିଛି । ଏଥି ସହ ଘଟଣା ଭିଆଇଥିବା 2ଜଣ ଦୃର୍ବୃତ୍ତଙ୍କୁ ପଚରା ଉଚରା କରୁଥିବାବେଳେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଗୁରୁତର ଅବସ୍ଥାରେ ଠିକାଦାରଙ୍କୁ ପ୍ରଥମେ ଗୋପ ମେଡିକାଲ ପରେ ଭୁବନେଶ୍ବରକୁ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details