ଓଡିଶା

odisha

By

Published : Nov 11, 2020, 9:42 AM IST

ETV Bharat / city

ଆଇଟିଏଟିକୁ ଉଦଘାଟନ କରିବେ ମୋଦି, ଭର୍ଚୁଆଲରେ ହେବ କାର୍ଯ୍ୟକ୍ରମ

ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ସାଢେ 4ଟାରେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିବେ ।

ଆଇଟିଏଟିକୁ ଉଦଘାଟନ କରିବେ ମୋଦି, ଭର୍ଚୁଆଲରେ ହେବ କାର୍ଯ୍ୟକ୍ରମ
ଆଇଟିଏଟିକୁ ଉଦଘାଟନ କରିବେ ମୋଦି, ଭର୍ଚୁଆଲରେ ହେବ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଉଦଘାଟିତ ହେବ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସର । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ଭର୍ଚୁଆଲ ମାଧ୍ୟମରେ ଅପରାହ୍ନ ସାଢେ ଚାରିଟା ବେଳେ ଏହାକୁ ଉଦଘାଟନ କରାଯିବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଙ୍କ ସମେତ ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ଦୀର୍ଘ 50 ବର୍ଷ ଧରି ଭଡା ଘରେ ଚାଲି ଆସୁଛି ଏହି ବେଞ୍ଚ । ଅତ୍ୟାଧୁନିକ ଆବାସିକ ଓ କାର୍ଯ୍ୟାଳୟ ଉଦଘାଟନ ହେବା ଫଳରେ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ ବୋଲି କହିଛନ୍ତି ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ । ଏହି ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି । ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ ।

ସୂଚନା ଅନୁସାରେ,ଗତ 23 ମେ, 1970ରେ ଆଇଟିଏଟିର କଟକ ବେଞ୍ଚ ପ୍ରତିଷ୍ଠା କରାଯାଇଥିଲା । ପରେ 2015ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା 1.60 ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details