ଓଡିଶା

odisha

By

Published : Feb 22, 2022, 4:55 PM IST

Updated : Feb 22, 2022, 5:39 PM IST

ETV Bharat / city

ସୁମିତ-ତପସ୍ବିନୀ ମାମଲା: ସ୍ତ୍ରୀଙ୍କ ସହ ଭଡାଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା । ଏଣିକି ଭରଣପୋଷଣ ବାବଦକୁ ସୁମିତ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସୁମିତ-ତପସ୍ବିନୀ ମାମଲା: ସ୍ତ୍ରୀଙ୍କ ସହ ଭଡାଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ସୁମିତ-ତପସ୍ବିନୀ ମାମଲା: ସ୍ତ୍ରୀଙ୍କ ସହ ଭଡାଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା । ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଦେଲେ ହାଇକୋର୍ଟ । ଏଣିକି ଭରଣପୋଷଣ ବାବଦକୁ ସୁମିତ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏଥିସହ ଆସନ୍ତା ଗୋଟିଏ ମାସ ମଧ୍ୟରେ ବାହାରେ ଘରଭଡା ନେଇ ସ୍ତ୍ରୀ(ତପସ୍ବିନୀଙ୍କ) ସହିତ ରହିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେପର୍ଯ୍ୟନ୍ତ ଶ୍ବଶୁର ଘରେ ରହିବେ ତପସ୍ବିନୀ । ମାର୍ଚ୍ଚ ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ:-Sumit-Tapaswini Marital Discord: ରାୟ କାଏମ ରଖିଲେ ହାଇକୋର୍ଟ, ସୁମିତ ଦେବେ ୧୭ ହଜାର

ତପସ୍ୱିନୀଙ୍କ ପକ୍ଷରୁ ଓକିଲ ମାନସ ଚାନ୍ଦ ମାମଲା ପରିଚାଳନା କରୁଥିବାବେଳେ ସୁମିତଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କୋର୍ଟରେ ଯୁକ୍ତି ବାଢିଛନ୍ତି । ହାଇକୋର୍ଟକୁ ଅପିଲରେ ଆସିଥିଲେ ଡାକ୍ତର ସୁମିତ ସାହୁ । ବ୍ରହ୍ମପୁର ଜିଲ୍ଲା ଦୌରାଜଜ ଗତ ଜାନୁଆରୀ ୪ ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଏହି ଅପିଲ କରିଛନ୍ତି ସୁମିତ ।

ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଅନ୍ୟ ଏକ ମାମଲା ଦାୟର କରିଛନ୍ତି । ଗତ ଡିସେମ୍ବର ୨୦ ତାରିଖରେ ତାଙ୍କ ଘରେ ୩୦ରୁ ଊର୍ଦ୍ଧ୍ବ ମହିଳା ଗେଟ ଭାଙ୍ଗି ପ୍ରବେଶ କରିବା ସହ ଗାଳିଗୁଲଜ କରିଥିବା ମାମଲାରେ ପୋଲିସର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ଯୋଗାଇ ଦେବାପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରମୋଦ ସାହୁ ।

ଅନ୍ୟ ଏକ ମାମଲାରେ ଡାକ୍ତର ସୁମିତ ସାହୁଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟ ହୋଇଥିବାବେଳେ ଜିଲ୍ଲା ଦୌରାଜଜ୍ ଗୋଟିଏ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଉଭୟଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ସେପଟେ ସୁମିତ, ତାଙ୍କ ପରିବାରର ସାମାଜିକ ସମ୍ମାନ କ୍ଷୁର୍ଣ୍ଣ ହୋଇଛି ବୋଲି ଅଦାଲତଙ୍କୁ ଦର୍ଶାଯାଇଥିଲେ । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶନାମାର ପୂର୍ଣ୍ଣ ବିଚାର କରିବାକୁ ସୁମିତ ଆବେଦନରେ ପ୍ରାର୍ଥନା କରିଛନ୍ତି ।

ସେହି ଘରେ ରହିବା ପାଇଁ ହୋଇଥିବା ନିର୍ଦ୍ଦେଶନାମା ଓ ମାସିକ ୧୭ ହଜାର ଟଙ୍କା ଭରଣ ପୋଷଣ ନିର୍ଦ୍ଦେଶନାମା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲେ ସୁମିତ। କୌଣସି ପ୍ରକାର ଶୁଣାଣି ନ କରି ଜିଲ୍ଲା କୋର୍ଟ କିଭଳି ଅନ୍ତରୀଣ ଭରଣ ପୋଷଣ ପାଇଁ ନିର୍ଦ୍ଦେଶ ଦେଲେ ବୋଲି ଆବେଦନରେ ପ୍ରଶ୍ନ ଉଠାଇ ଥିଲେ । ଏଭଳି ନିର୍ଦ୍ଦେଶନାମାରେ ହାଇକୋର୍ଟ ରହିତାଦେଶ ଜାରି କରିବାକୁ ପ୍ରାର୍ଥନା କରିଥିଲେ । ଆଜି(ମଙ୍ଗଳବାର) ଉଚ୍ଚନ୍ୟାୟାଳୟ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 22, 2022, 5:39 PM IST

ABOUT THE AUTHOR

...view details