ଓଡିଶା

odisha

By

Published : Apr 13, 2022, 10:54 PM IST

ETV Bharat / city

ପୁଣି ଥରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ସୁମିତ-ତପସ୍ୱିନୀ

ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ପୁନର୍ବାର ହାଜର ହେବେ ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ । ଅଧିକ ପଢନ୍ତୁ

ପୁଣି ଥରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ସୁମିତ-ତାପସ୍ୱିନ
ପୁଣି ଥରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ସୁମିତ-ତାପସ୍ୱିନ

କଟକ: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ପୁନର୍ବାର ହାଜର ହେବେ ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ । ମେ' ୯ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରି ହାଇକୋର୍ଟଙ୍କୁ ଅବଗତ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମେ' ୯ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ପୁଣି ଥରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ସୁମିତ ତପସ୍ୱିନୀ

ଏପ୍ରିଲ ୯ ତାରିଖରେ ଉଭୟ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହା ଛଡା ପୂର୍ବରୁ ଆସ୍କାରେ ନେଇଥିବା ଭଡାଘରର ଉଭୟ ପତିପତ୍ନୀ ଭିଡିଓଗ୍ରାଫ କରି କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତାଙ୍କୁ ସରକାରୀ କ୍ୱାଟର ମିଳିଛି ନା ନାହିଁ ସେନେଇ ସୁମିତ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି । ତେବେ ପୂର୍ବରୁ କୋର୍ଟ ଦେଇଥିବା ସ୍ଥିତାବସ୍ଥା ଜାରିରହିବ ବୋଲି ଜଣାପଡିଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details