କଟକ:ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ । ଚୌଦ୍ବାରର ଧୁମାଵଟୀ ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ହୋଇଥିବା ମଦ ସମଗ୍ରୀ ମାମଲାରେ ଆଜି ( ଶନିବାର) 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କୁ ଗିରଫ ସମୟରେ 2ଟି ମୋଟର ସାଇକେଲ ସମେତ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ମଧ୍ୟ ଆକଳନ କରାଯାଇଛି ।
ଚୋରି ମଦକୁ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ମାମଲାର ମୁଖ୍ୟ ଵଚନକୁ ଗିରଫ କରିବା ସହ ଦୁଇ ସାଥି କାଳନ୍ଦୀ ରାଉତ, ଓ ପ୍ରମୋଦ କୁମାରଙ୍କୁ ହାତକଡି ପିନ୍ଧାଇଛି ଚୌଦ୍ବାର ଥାନା ପୋଲିସ । ତେବେ ଲକଡାଉନ ସମୟରେ ଅଧିକ ବିତ୍ତଶାଳୀ ହେବା ପାଇଁ ଅଭିଯୁକ୍ତ ଵଚନ କରିଥିଲା ପ୍ଲାନ ।