ଓଡିଶା

odisha

By

Published : Jul 3, 2022, 2:11 PM IST

ETV Bharat / city

ଲଣ୍ଡନ ରାଜ୍ୟଗୋଷ୍ଠୀ କ୍ରୀଡା, ଜୁନିୟର ଫେନ୍ସି ଟିମ ଚୟନ ଆରମ୍ଭ

ଅଗଷ୍ଟରେ ଲଣ୍ଡନରେ ଖେଳାଯିବାକୁ ଜୁନିୟର କମନୱେଲଥ ଗେମ । ଏଥିପାଇଁ ଜୁନିୟର ଟିମ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଅଲ ଇଣ୍ଡିଆ ଫେନସିଂ ସଂଘ । ଅଧିକ ପଢନ୍ତୁ

ଲଣ୍ଡନ ରାଜ୍ୟଗୋଷ୍ଠି କ୍ରୀଡା, ଜୁନିୟର ଫେନ୍ସି ଟିମ ଚୟନ ଆରମ୍ଭ
ଲଣ୍ଡନ ରାଜ୍ୟଗୋଷ୍ଠି କ୍ରୀଡା, ଜୁନିୟର ଫେନ୍ସି ଟିମ ଚୟନ ଆରମ୍ଭ

କଟକ: ଅଗଷ୍ଟରେ ଲଣ୍ଡନରେ ଖେଳାଯିବାକୁ ଜୁନିୟର କମନୱେଲଥ ଗେମ । ଏଥିପାଇଁ ଜୁନିୟର ଟିମ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଅଲ ଇଣ୍ଡିଆ ଫେନସିଂ ସଂଘ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜି ଦିନିକିଆ ଟିମ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଲଣ୍ଡନ ରାଜ୍ୟଗୋଷ୍ଠି କ୍ରୀଡା, ଜୁନିୟର ଫେନ୍ସି ଟିମ ଚୟନ ଆରମ୍ଭ

ସର୍ବ ଭାରତୀୟ ସ୍ତରରୁ ମୋଟ 250 ଖେଳାଳି ଏହି ଟ୍ରାଏଲରେ ଯୋଗ ଦେଇଛନ୍ତି । ଏହି ଖେଳାଳିଙ୍କ ମଧ୍ୟରୁ 12 ଜଣ ବାଳିକା 12 ଜଣ ବାଳକଙ୍କୁ ବାଛିବ ସଂଘ । ଏହି ଟିମ ଲଣ୍ଡନ ଗସ୍ତ କରିବ । ଏହାସହ ଅଫିସିଆଲ ପାଇଁ 4 ଜଣ ପୁରୁଷ ଓ 5 ଜଣ ମହିଳା ମଧ୍ୟ ଚୟନ କରିବ ସଂଘ । ପଞ୍ଜାବ, ହରିୟାଣା ଏସଏସବି ଓ କେରଳରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।

କଟକରେ 30 ତମ ଜାତୀୟ ଜୁନିୟର ଫେନ୍ସିଂ ଚାମ୍ପିୟନସିପ ଶେଷ ହୋଇଛି । ପୁରୁଷ ବିଭାଗରେ ଜମ୍ମୁ-କାଶ୍ମୀର ଓ ମହିଳା ବର୍ଗରେ ହରିୟାଣା ବାଜିମାତ କରିଛନ୍ତି । 4 ଦିନ ଧରି ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମେଗା ପ୍ରତିଯୋଗିତାରେ ସମସ୍ତ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ଓଡିଶା କେବଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଲଢ଼ିପାରିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details