କଟକ: ରାତି ପାହିଲେ ଗଣେଷ ପୂଜା । କଟକରେ ଥିବା ପୂଜା ମଣ୍ଡପରେ ଗଣେଶ ପୂଜା କରିବା ଉପରେ କଟକଣା ଲାଗୁ କଲେ କଟକ ଜିଲ୍ଲାପାଳ । ହାଇକୋର୍ଟ ଗତକାଲି ଜିଲ୍ଲା ପ୍ରଶାସନ ଉପରେ ନିଷ୍ପତି ଛାଡି ଥିବାବେଳେ ଆଜି ଜିଲ୍ଲାପାଳ ମଣ୍ଡପରେ ପୂଜା ପାଇଁ ବାରଣ କରିଛନ୍ତି ।
କୋରୋନା ପାଇଁ ମଣ୍ଡପରେ କିମ୍ବା ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ବନ୍ଦ କରିବାକୁ ଜିଲ୍ଳାପାଳ ନିର୍ଦେଶ ଦେଇଛନ୍ତି । ପରମ୍ପରା ଠାରୁ ଜୀବନ ଅଧିକ ମୂଲ୍ୟବାନ ନୁହେଁ ବୋଲି ସେ କହିଛନ୍ତି ।