ଓଡିଶା

odisha

By

Published : Jan 23, 2022, 5:49 PM IST

ETV Bharat / city

ସିଲଭରସିଟିରେ ଲିଙ୍ଗ ନିରୂପଣ ଘଟଣା: ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ସିଲଭରସିଟିରେ ବେଆଇନ ଲିଙ୍ଗ ନିରୂପଣ ମାମଲା । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା 5ରେ ପହଞ୍ଚିଛି । ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଅଧିକ ପଢନ୍ତୁ

ସିଲଭରସିଟିରେ ଲିଙ୍ଗ ନିରୂପଣ ଘଟଣା : ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି
ସିଲଭରସିଟିରେ ଲିଙ୍ଗ ନିରୂପଣ ଘଟଣା : ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

କଟକ : ସିଲଭରସିଟିରେ ବେଆଇନ ଲିଙ୍ଗ ନିରୂପଣ ମାମଲା । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା 5ରେ ପହଞ୍ଚିଛି । ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ ।

ସିଲଭରସିଟିରେ ଲିଙ୍ଗ ନିରୂପଣ ଘଟଣା : ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଲିଙ୍ଗ ନିରୂପଣ କରୁଥିବା ଲ୍ୟାବକୁ ଅଲ୍ଟ୍ରାସାଉଣ୍ଡ ମେସିନ ଯୋଗାଇଥିଲା ଅଭିଯୁକ୍ତ । କେବଳ ସରକାରୀ ଅନୁମତି ଲାଭ କରିଥିବା ଲ୍ୟାବକୁ ଅଲଟ୍ରାସାଉଣ୍ଡ ମେସିନ ବ୍ୟବହାରର ଅନୁମତି ରହିଛି । କିନ୍ତୁ ମଙ୍ଗଳାବାଗରେ ଥିବା ଆଲଫା ହେଲଥ କେୟାରରେ ବିନା କାଗଜପତ୍ରରେ ଚାଲିଥିଲା ।

ସେଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିଲା । ପୂର୍ବରୁ ଆଲଫା ହେଲଥ କେୟାରର ଦୁଇ ଜଣ କର୍ମଚାରୀ ସହ ଦୁଇ ଦଲାଲଙ୍କୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା ।

ଏହାବି ପଢନ୍ତୁ :ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ କୋରୋନା

ସେ ଅଲଟ୍ରାସାଉଣ୍ଡ ମେସିନ ଆଲଫା ହେଲଥ କେୟାରକୁ ଯୋଗାଇଥିଲେ। ଗିରଫ ଅଭିଯୁକ୍ତର ଘର ଯାଜପୁର ଅଞ୍ଚଳରେ ହୋଇଥିବାବେଳେ ସେ କଟକରେ ରହି ଏହି ମେସିନ ଦଲାଲି କରୁଥିଲେ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରଙ୍କ ସମ୍ପୃକ୍ତିର ଠୋସ ପ୍ରମାଣ ମିଳି ନ ଥିଲେ ସୁଦ୍ଧା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଯଦି କାହାର ସମ୍ପୃକ୍ତିର ପ୍ରମାଣ ମିଳେ ତେବେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସିପି ଅମିତାଭ ମହାପାତ୍ର କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details