ଓଡିଶା

odisha

By

Published : Feb 15, 2022, 6:11 PM IST

ETV Bharat / city

ପ୍ରମୁଖ ଦୁଇ ଦାବି ନେଇ CMC ଉପ-ଆୟୁକ୍ତଙ୍କୁ ସାକ୍ଷାତ କଲା କଟକ ନଗର ବିଜେପି

ବିଜେପି ପ୍ରତିନିଧି ମଣ୍ଡଳୀ ସୂଚନା ଅନୁସାରେ ଆସନ୍ତା ପୌର ନିର୍ବାଚନ ପାଇଁ କଟକ ମହାନଗର ନିଗମ (CMC) ପ୍ରକାଶ କରିଥିବା ଭୋଟର ଲିଷ୍ଟ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ, ଅନଭିଜ୍ଞ। ସରକାରୀ ବ୍ୟକ୍ତିଙ୍କ ଦ୍ବାରା ଭୋଟର ଲିଷ୍ଟ ତିଆରି ହୋଇଥିବାରୁ ବହୁ ବ୍ୟକ୍ତିଙ୍କ ନାମ କଟିଯାଇଛି । ଅଧିକ ପଢନ୍ତୁ

କଟକ ନଗର ବିଜେପି
କଟକ ନଗର ବିଜେପି

କଟକ: ଦୁଇ ପ୍ରମୁଖ ଦାବି ନେଇ କଟକ ମହାନଗର ନିଗମର କମିଶନରଙ୍କୁ ଭେଟିଲା କଟକ ନଗର ବିଜେପି । ତ୍ରୁଟିପୂର୍ଣ୍ଣ ଭୋଟର ଲିଷ୍ଟକୁ ଶୀଘ୍ର ଯାଞ୍ଚ ଓ ସଠିକ କରିବା ପାଇଁ କମିଶନର ଅନନ୍ୟା ଦାସଙ୍କ ଅନୁପସ୍ଥିତିରେ ଉପ-ଆୟୁକ୍ତଙ୍କୁ ଭେଟି ଆଲୋଚନା କରିଛି ବିଜେପି ପ୍ରତିନିଧି ମଣ୍ଡଳୀ।

ବିଜେପି ପ୍ରତିନିଧି ମଣ୍ଡଳୀ ସୂଚନା ଅନୁସାରେ ଆସନ୍ତା ପୌର ନିର୍ବାଚନ ପାଇଁ କଟକ ମହାନଗର ନିଗମ (CMC) ପ୍ରକାଶ କରିଥିବା ଭୋଟର ଲିଷ୍ଟ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ, ଅନଭିଜ୍ଞ। ସରକାରୀ ବ୍ୟକ୍ତିଙ୍କ ଦ୍ବାରା ଭୋଟର ଲିଷ୍ଟ ତିଆରି ହୋଇଥିବାରୁ ବହୁ ବ୍ୟକ୍ତିଙ୍କ ନାମ କଟିଯାଇଛି । ତଥା ଅନେକ ବ୍ୟକ୍ତିଙ୍କ ନାମ ନିଜ ୱାର୍ଡ ପରିବର୍ତ୍ତେ ଅନ୍ୟ ୱାର୍ଡରେ ମିଶାଯାଇଛି। ଏପରିକି ଅନେକ ପ୍ରମୁଖ ନେତାମାନେ, ଯେଉଁମାନେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଛନ୍ତି, ସେମାନଙ୍କ ନାମ ମଧ୍ୟ କଟାଯାଇଛି । ଏସବୁ ଗୁରୁତର ତ୍ରୁଟି ଭୋଟର ଲିଷ୍ଟରେ ହୋଇଥିବାରୁ ନଗର ବିଜେପି ତୀବ୍ର ପ୍ରତିବାଦ କରିଥିଲା। ସହଜ ସରଳ ପ୍ରକ୍ରିୟାରେ ନୂତନ ଭୋଟର ଓ କଟିଯାଇଥିବା ନାମଗୁଡିକର ପୁନଃ ପଞ୍ଜିକରଣ ଓ ୱାର୍ଡ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସଂଶୋଧନ ଉପରେ ଗୁରୁତ୍ବ ଦେଇ ଜନତାଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାରକୁ ସୁରକ୍ଷିତ ରଖିବାକୁ ଦାବି କରିଛନ୍ତି ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ମଣ୍ଡଳୀ ।

ପ୍ରମୁଖ ଦୁଇ ଦାବି ନେଇ CMC ଉପ-ଆୟୁକ୍ତଙ୍କୁ ସାକ୍ଷାତ କଲା କଟକ ନଗର ବିଜେପି

ସେହିପରି ଜନ ଗହଳି ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ,ସ୍ଥାନୀୟ ଜନତାଙ୍କ ପ୍ରତିବାଦ କାରଣରୁ ସିଏମସି କରିଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ବ୍ୟବସ୍ଥା(ମାଇକ୍ରୋ କମ୍ପୋଜିଙ୍ଗ ସେଣ୍ଟର) ଉଠାଇ ଅନ୍ୟ ସ୍ଥାନରେ କରାଯିବାକୁ ବିଜେପି ଦାବି କରିଥିଲା । ତେବେ ଏହି ଦୁଇ ଦିଗ ଉପରେ ସିଏମସି ନଜର ରଖିବା ସହ ଆଗାମୀ ଦିନରେ ଏହି ଦିଗରେ ସମାଧାନ ହେବ ବୋଲି ବିଜେପି ପ୍ରତିନିଧି ମଣ୍ଡଳୀକୁ ପ୍ରତିଶୃତି ଦେଇଛନ୍ତି ଉପ-ଆୟୁକ୍ତ ବୋଲି କହିଛନ୍ତି ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details