ଓଡିଶା

odisha

By

Published : Jun 16, 2021, 8:17 PM IST

ETV Bharat / city

ନକଲି ଔଷଧ କାରବାରରେ କ୍ରାଇମବାଞ୍ଚକୁ ତଦନ୍ତର ନାହିଁ ଅଧିକାର

ନକଲି କୋଭିଡ଼ ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ପାଇଁ କୌଣସି ଅଧିକାର ନଥିବା କହିଛନ୍ତି ଆଇନଜୀବୀ । ଅଧିକ ପଢ଼ନ୍ତୁ...

crime branch investigation, case of duplicate medicine, high court advocate, କ୍ରାଇମବାଞ୍ଚକୁ ତଦନ୍ତର ନାହିଁ ଅଧିକାର, ନକଲି ଔଷଧ କାରବାର, ନକଲି କୋଭିଡ଼ ଔଷଧ, ହାଇକୋର୍ଟ ଆଇନଜୀବୀ
ନକଲି ଔଷଧ କାରବାରରେ କ୍ରାଇମବାଞ୍ଚକୁ ତଦନ୍ତର ନାହିଁ ଅଧିକାର

କଟକ: ନକଲି କୋଭିଡ଼ ଔଷଧ କାରବାର ମାମଲାର ଛାନ୍‌ଭିନ୍‌ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହି କ୍ରମରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଦ୍ବାରା ଏକାଠି କରାଯାଇଥିବା ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଅଭିଯୁକ୍ତଙ୍କୁ ଧରପଗଡ଼ ପାଇଁ ଏକ ବୃହତ ଅପରେସନ ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା । ତେବେ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର କୌଣସି ଅଧିକାର ନଥିବା ଆଇନଜୀବୀ ଯୁକ୍ତି ବାଢିଛନ୍ତି ।

STFର ଦୁଇଟି ଟିମ୍‌ ରାଜ୍ୟ ଭିତରେ ଯାଞ୍ଚ ଆରମ୍ଭ କରିବା ସହିତ ଆଉ ତିନିଟି ଟିମ୍‌ ଅନ୍ୟ ରାଜ୍ୟକୁ ଯାଇ ଖିଅ ସନ୍ଧାନ କରିବ । ଅନ୍ୟପଟେ ଏହି ନକଲି ଔଷଧ ଉତ୍ପାଦନକାରୀଙ୍କୁ ଖୋଜି ବାହାର କରିବାକୁ ପଡ଼ିବ ବୋଲି କହିଛନ୍ତି ଆଇନ ବିସାରଦ ।

ନକଲି କୋଭିଡ ଔଷଧର ଚେର ସନ୍ଧାନ ପାଇଁ ଏତକ ବୃହତ ଅପରେଶନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ତଦନ୍ତ ପରିସର ବ୍ୟାପକ ହୋଇଥିବାରୁ ଏହାର ତଦନ୍ତ ପାଇଁ ମଧ୍ୟ ଏକ ବୃହତ ଟିମ ଗଠନ କରାଯାଇଛି । ମଙ୍ଗଳବାର ଦିନ ତମାମ ଡ୍ରଗ୍ କଣ୍ଟ୍ରୋଲ ବିଭାଗ ପ୍ରଦାନ କରାଯାଇଥିବା ବିଭିନ୍ନ କାଗଜପତ୍ରକୁ ଅନୁଧ୍ୟାନ କରିବା ପରେ ଏହି ଅପରେସନ ପାଇଁ ଏକ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ STF । ଏହି ବ୍ଲୁ-ପ୍ରିଣ୍ଟକୁ ଆଧାର କରି ବୁଧବାର ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛି STF।

ନକଲି ଔଷଧ କାରବାରରେ କ୍ରାଇମବାଞ୍ଚକୁ ତଦନ୍ତର ନାହିଁ ଅଧିକାର

ଔଷଧ କାରବାର ସମ୍ପର୍କରେ ଡ୍ରଗ କଣ୍ଟ୍ରୋଲ ବିଭାଗ ନିକଟରେ ସବିଶେଷ ତଥ୍ୟ ଏବଂ ଅଭିଜ୍ଞତା ଥିବାରୁ ଏହି ମାମଲାର ତଦନ୍ତରେ ବିଭାଗର ବହୁ ଅଧିକାରୀଙ୍କୁ ସାମିଲ କରାଯାଇଛି । ବିଶେଷ କରି ଯେଉଁ ଯେଉଁ ଜିଲ୍ଲାରେ ଶିବ ଜେନା ଦ୍ବାରା ମାର୍କେଟିଂ କରାଯାଇଥିବା ଔଷଧଗୁଡ଼ିକ ଧରା ପଡ଼ିଛି ସେହି ଜିଲ୍ଲାର ଡ୍ରଗ ଇନ୍ସପେକ୍ଟରମାନେ STF ଟିମ ସହିତ ମିଶି ଏହି ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁଯାଇ ଏହି ଔଷଧ କାରବାରରେ ସମ୍ପୃକ୍ତ ଥିବା 5 ଜଣ ବ୍ୟବସାୟୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛି STF । ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶିବ ଜେନାର ନାଁ ମଧ୍ୟ ରହିଛି ।

ଆସନ୍ତା ଦିନ ଦୁଇ ଦିନ ମଧ୍ୟରେ ଏହି ବ୍ୟବସାୟୀଙ୍କୁ ଡକାଇ ଜେରା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିବା ଜଣା ପଡ଼ିଛି । ତେବେ ସଠିକ ଢଙ୍ଗରେ ତଦନ୍ତ ନ ହେଲେ କେବଳ ଶିବ ଜେନା କିମ୍ବା ତା ଭଳି ଏହି ଔଷଧ କାରବାର କରୁଥିବା ବ୍ୟବସାୟୀମାନେ ଡ୍ରଗ ଆଣ୍ଡ କସମେଟିକ୍ ଆକ୍ଟରେ ଥିବା ଗଳାବାଟ ଦେଇ ଖସି ଯିବାର ଅନେକ ଆଶଙ୍କା ରହିଛି । ତେଣୁ ଏହି ରାକେଟର ପର୍ଦ୍ଦାଫାସ କରିବା ପାଇଁ ଔଷଧ ପ୍ରସ୍ତୁତ କରୁଥିବା ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି କହିଛନ୍ତି ଆଇନଜୀବୀ । ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାରେ କୌଣସି ଅଧିକାର ନଥିବା ଆଇନଜୀବୀ ଯୁକ୍ତି ବାଢିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details