ଓଡିଶା

odisha

ଛୋଟ ପିଲାଙ୍କ ଅପେକ୍ଷା ଯୁବାମାନେ ଅଧିକ ସଂକ୍ରମିତ ହେଉଛନ୍ତି: ସ୍ୱାସ୍ଥ୍ୟ ବିଶେଷଜ୍ଞ

By

Published : May 23, 2021, 10:35 PM IST

ଆଗାମୀ 7ରୁ 10 ଦିନ ମଧ୍ୟରେ ପିକ କ୍ରସ କରିବ ସଂକ୍ରମଣ । ଅନ୍ୟପଟେ ଛୋଟ ପିଲାଙ୍କ ଅପେକ୍ଷା ୟଙ୍ଗ ପିଲାମାନେ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ବି ହୋଇପାରେ ବୋଲି ମେଡିସିନ ବିଶେଷଜ୍ଞ ଡ଼ଃ ନିରୋଜ ମିଶ୍ର କହିଛନ୍ତି । ଅଧିକ ପଢନ୍ତୁ...

ଛୋଟ ପିଲା ଅପେକ୍ଷା ଯୁବା ମାନେ ଅଧିକ ସଂକ୍ରମିତ ହେଉଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞ
ଛୋଟ ପିଲା ଅପେକ୍ଷା ଯୁବା ମାନେ ଅଧିକ ସଂକ୍ରମିତ ହେଉଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଛି । କରୋନା ସଂକ୍ରମଣରେ ବିଭିନ୍ନ ବୟସର ଲୋକମାନେ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତିରେ ଛୋଟ ପିଲାଙ୍କ ଅପେକ୍ଷା ଯୁବ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ଯାହା ଚିନ୍ତାଜନକ ଅଟେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଛୋଟ ପିଲା ଅପେକ୍ଷା ଯୁବା ମାନେ ଅଧିକ ସଂକ୍ରମିତ ହେଉଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞ

ସେହିଭଳି ଛୋଟ ପିଲାଙ୍କ ଅପେକ୍ଷା ଯୁବ ପିଲାଙ୍କୁ ନେଇ ଚିନ୍ତା ଲାଗୁଛି । ଯୁବକମାନେ ସିରିୟସ ହେବା ସହ ମୃତ୍ୟୁ ବି ଘଟୁଛି। ଏହି ଦ୍ବିତୀୟ ଲହରରେ ଏଭଳି ଦେଖାଯାଉଛି । ରାଜ୍ୟରେ ପିଲାଙ୍କ ମୃତ୍ୟୁହାର ବହୁତ କମ ଅଛି । 20 ରୁ 40 ବର୍ଷ ବୟସର ଲୋକଙ୍କର ଅଧିକ ମୃତ୍ୟୁ ଘଟୁଛି । ପ୍ରଥମ ଲହରରେ ବୟସ୍କ ଲୋକଙ୍କୁ ଅଧିକ ସଂକ୍ରମଣ ହେଉଥିଲା । ଯେହେତୁ ଦ୍ୱିତୀୟ ଲହର ପୂର୍ବରୁ ବୟସ୍କ ଲୋକମାନେ ଅନେକ ମାତ୍ରାରେ ଟିକା ନେଇ ସାରିଛନ୍ତି, ସେଥିପାଇଁ ସଂକ୍ରମଣ ଓ ମୃତ୍ୟୁ କମିଯାଇଛି ।

କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯୁବାବସ୍ଥାରେ ଥିବା ଲୋକମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି । ଅନ୍ୟପଟେ ଗାଁ ମାନଙ୍କରେ ଡୋରଟୁ ଡୋର ସର୍ଭେ କରାଯାଉଛି । ଚିନ୍ତାର ବିଷୟ ହେଉଛି ରାଜ୍ୟରେ ଭୁବନେଶ୍ୱର ଖୋର୍ଦ୍ଧାରେ ପଜିଟିଭ ରେଟ ହାରାହାରି 35 ରହୁଛି । ତେଣୁ ଅଧିକ ମାତ୍ରାରେ ସଚେତନତା ସହ ଲୋକମାନେ କୋଭିଡ ନିୟମକୁ ମାନି ଚଲନ୍ତୁ । ଏହାସହ ମାସ୍କ ସାମାଜିକ ଦୂରତା ସହ ଅଯଥା କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ମେଡିସିନ ବିଶେଷଜ୍ଞ ଡ଼ଃ ନିରୋଜ ମିଶ୍ର କହିଛନ୍ତି ।



ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details