ଭୁବନେଶ୍ବର:ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣା । ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କଲେ ସାକ୍ଷୀ । ଭଦ୍ରକ ଜେଲରେ ଜେଏମଏଫସି(JMFC)ଙ୍କ ନେତୃତ୍ବରେ ହୋଇଥିଲା ଟିଆଇ ପରେଡ(Test Identification Parade)। ଜେଲରେ ୩୦ଜଣଙ୍କ ମଧ୍ୟରୁ ୫ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଛନ୍ତି ଘଟଣାର ସାକ୍ଷୀ ।
୩ ସାକ୍ଷୀ ଅଭିଯୁକ୍ତଙ୍କ ଟିଆଇ ପରେଡ ବେଳେ ବୁଲି ବୁଲି ଅଭିଯୁକ୍ତଙ୍କୁ ୫ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ରାଜ୍, ଭାଗ୍ୟଧର, ବିବେକ ଚିହ୍ନଟ ହୋଇଛନ୍ତି । ଘଟଣାର ୩ ସାକ୍ଷୀଙ୍କ ତଥ୍ୟ ଆଧାରରେ ଜେଏମଏଫସି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ପ୍ରମୁଖ ପ୍ରମାଣ ଯୋଗାଡ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ହୋଇପାରିବ କଠୋର କାର୍ଯ୍ୟାନୁଷ୍ଠାନ । ତେବେ ଏହି ଘଟଣାର ନିରଞ୍ଜନଙ୍କର ହୋଇନାହିଁ ଟିଆଇ ପରେଡ । ନିରଞ୍ଜନ ଚର୍ଚ୍ଚିତ ଚେହେରା ହୋଇଥିବାରୁ ତାଙ୍କର ଟିଆଇ ପରେଡ କରାଯାଇନାହିଁ । ତେବେ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଛି ସୂଚନା ।