ଓଡିଶା

odisha

By

Published : May 14, 2021, 9:57 PM IST

Updated : May 14, 2021, 10:02 PM IST

ETV Bharat / city

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ୱେବିନାର କାର୍ଯ୍ୟକ୍ରମ

ମହାନ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ମହାନ ଜନ ନାୟକ ପଦ୍ମଶ୍ରୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟସ୍ତରୀୟ ଓ୍ବେବିନାର ଆୟୋଜନ ହୋଇଯାଇଛି । ଅଧିକ ପଢନ୍ତୁ...

Webinar on the occasion of the first anniversary of Padma Shri Bhavani Patnaik
ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ୱେବିନାର କାର୍ଯ୍ୟକ୍ରମ

ଭୁବନେଶ୍ବର: ମହାନ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ମହାନ ଜନ ନାୟକ ପଦ୍ମଶ୍ରୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟସ୍ତରୀୟ ଓ୍ବେବିନାର ଆୟୋଜନ ହୋଇଯାଇଛି ।

କାର୍ଯ୍ୟକ୍ରମର ଆରମ୍ଭରେ ବେଣୁଧର ସେନାପତି ପ୍ରାରମ୍ଭିକ ବକ୍ତବ୍ୟ ରଖି ଭବାନୀ ପଟ୍ଟନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ । ଏହାପରେ ବିଶିଷ୍ଟ ଗାନ୍ଧିବାଦୀ ଡ଼. ଏସ.ଏନ. ସୁବାରାଓ ଭବାନୀ ପଟ୍ଟନାୟକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ତାଙ୍କର ସେବାପ୍ରାଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀ ଭବାନୀ ପଟ୍ଟନାୟକଙ୍କ ଶାନ୍ତି ଓ ସଦ୍ଭାବନା ଚିନ୍ତାଧାରା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରହଲ୍ଲାଦ ସିଂହ ତାଙ୍କ ବକ୍ତବ୍ୟରେ ଭବାନୀ ପଟ୍ଟନାୟକ ଗାନ୍ଧୀ ବିଚାରଧାରା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ବଞ୍ଚିଥିବାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।

ବିଧାୟକ ଅତନୁ ସବ୍ୟସାଚୀ ନାୟକ ଭବାନୀ ପଟ୍ଟନାୟକଙ୍କୁ ସ୍ବାଧୀନତା ଆନ୍ଦୋଳନଠାରୁ ଜୀବନର ଶେଷ ପର୍ଯ୍ୟନ୍ତ କିଭଳି ଏକ ସଂଗ୍ରାମୀ ଜୀବନ ବଞ୍ଚିଥିଲେ ତାହା ବର୍ଣ୍ଣନା କରିଥିଲେ । ତିନି ତିନିଥର ରାଜ୍ୟସଭା ସଦସ୍ୟ ରହିଥିଲେ ମଧ୍ୟ ରାଜନୀତିର ପଙ୍କ ତାଙ୍କୁ ଛୁଇଁ ପାରି ନଥିଲା । ଡ଼. ଭଗବାନ ପ୍ରକାଶ ତାଙ୍କ ବକ୍ତବ୍ୟରେ କହିଥିଲେ, ସେ ଜଣେ ବିଶିଷ୍ଟ ଜନନେତା ଥିଲେ ଯାହାଙ୍କ ପାଖରେ ଅହଂକାର କେବେ ଦେଖା ଯାଇନାହିଁ । ଲୋକଙ୍କ ପାଈଁ ସଦା ସର୍ବଦା ସେ କର୍ମତତ୍ପର ରହିଥିଲେ । ଜାତୀୟ ଯୁବ ପ୍ରକଳ୍ପ ଓଡିଶା ଶାଖା ଆବାହକ ମଧୁସୂଦନ ଦାସ ତାଙ୍କର ବ୍ୟକ୍ତିଗତ ଅନୁଭୂତିକୁ ନେଇ ସ୍ବର୍ଗତ ପଟ୍ଟନାୟକଙ୍କ ମହାନତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ବର୍ଗତ ଭବାନୀ ପଟ୍ଟନାୟକଙ୍କୁ ନିମାପଡା ମାଟିର ଗାନ୍ଧୀ ଭାବେ ବର୍ଣ୍ଣନା କରିବା ସହ ତାଙ୍କର ସେ ରାଜନୈତିକ ଗୁରୁ ବୋଲି ଅଭିହିତ କରିଥିଲେ ।

ଏହି ୱେବିନାର ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ତରଫରୁ ଆୟୋଜନ କରାଯାଇଥିଲା । ଫାଉଣ୍ଡେସନ ତରଫରୁ ପ୍ରାୟ ୪୦ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ରଖାଯାଇଛି ବୋଲି ଟ୍ରଷ୍ଟ ସଦସ୍ୟ ସୋମ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 14, 2021, 10:02 PM IST

For All Latest Updates

ABOUT THE AUTHOR

...view details