ଓଡିଶା

odisha

By

Published : Sep 27, 2019, 7:57 PM IST

ETV Bharat / city

ଆସନ୍ତା 24 ଘଣ୍ଟାରେ ଭିଜିବ ଉତ୍ତର ଓଡ଼ିଶା

ଆଗାମୀ 3 ରୁ 4 ଦିନ ପାଇଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ସେପଟେ ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଦେଓଗଡ଼ ଏବଂ ଢେଙ୍କାନାଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଗାମୀ 3 ରୁ 4 ଦିନ ପାଇଁ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମୟୂରଭଞ୍ଜ ଏବଂ କେନ୍ଦୁଝରରେ କିଛି ସ୍ଥାନରେ ବର୍ଷା ହେବ। ଗତ 24 ଘଣ୍ଟା ଭିତରେ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁରେ ସର୍ବାଧିକ 69 ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ପହିଲାରୁ ସେପ୍ଟେମ୍ବର 27 ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି ।


ସେପଟେ ବାଲେଶ୍ବରରେ ନିଆଣ୍ଟିଆ ବର୍ଷା ହୋଇଛି । ଭୁବନେଶ୍ବର ଏବଂ କଟକରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details