ଓଡିଶା

odisha

By

Published : May 22, 2021, 10:40 PM IST

ETV Bharat / city

ନୂତନ ଷ୍ଟାର୍ଟଅପକୁ ସରକାରୀ ସହାୟତା ପ୍ରଦାନକୁ ସହଜ ଓ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ - ସଂଯୋଗ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ଆଜି ନୂତନ ଷ୍ଟାର୍ଟଅପମାନଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ନୂତନ ଷ୍ଟାର୍ଟଅପକୁ ସରକାରୀ ସହାୟତା ପ୍ରଦାନକୁ ସହଜ ଓ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ
ନୂତନ ଷ୍ଟାର୍ଟଅପକୁ ସରକାରୀ ସହାୟତା ପ୍ରଦାନକୁ ସହଜ ଓ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

ବୌଦ୍ଧ: ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ - ସଂଯୋଗ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ଆଜି ନୂତନ ଷ୍ଟାର୍ଟଅପମାନଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି । ଆଜି(ଶନିବାର)ର ଏହି ଭର୍ଚୁଆଲ ସଂଯୋଗୀକରଣ କାର୍ଯ୍ୟକ୍ରମରେ ବିଦ୍ୟୁତ – ବାହାନ ( ଇଭି ) କ୍ଷେତ୍ରରେ କାର୍ଯ୍ୟ କରୁଥିବା ନୂତନ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ ବିଭାଗ ଆଲୋଚନା କରିଛି ।

ସେମାନଙ୍କ ଔଦ୍ୟୋଗୀକରଣରେ କି ପ୍ରକାର ସମସ୍ୟା ରହିଛି ଏବଂ ସରକାରୀ ସହାୟତା ଯଦି ଆବଶ୍ୟକ କରନ୍ତି ତାହା ସୂଚୀତ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଷ୍ଟାର୍ଟଅପଗୁଡ଼ିକୁ ଜମି ଯୋଗାଇବା, ବ୍ୟାଙ୍କ ଋଣ ସହାୟତା ପ୍ରଦାନ, ରେଜିଷ୍ଟ୍ରେସନ୍, ଏପରିକି ଆବଶ୍ୟକ ସ୍ଥଳେ ସରକାରୀ ଆଇନରେ ସଂଶୋଧନ କରାଯିବା ଦିଗରେ ବିଭାଗ ସହଯୋଗ ପ୍ରଦାନ କରି ସେମାନଙ୍କ ରାସ୍ତା ସୁଗମ କରିବାକୁ କହିଛନ୍ତି ।

ଶନିବାର ନଅଟି ଷ୍ଟାର୍ଟଅପ୍‌ଙ୍କ ସହ ଆଲୋଚନା କରାଯାଇଛି । ସ୍କାଏ ରାଇଡରର ହିମାଂଶୁ ଓ ନିହାର ରଞ୍ଜନ ପଣ୍ଡା, ୟୋ ୟୋ ରାଇଡର ଲକ୍ଷ୍ମୀ ନାରାୟଣ, ଆଫା ଇଭିର ସୁଶ୍ରୀ ଚିନ୍ମୟୀ ପାତ୍ର, ସେସ୍‌ ଗ୍ଲୋବାଲ ସଲ୍ୟୁସନ୍‌ର ଜେ. ସ୍ଵାଇଁ, ଆର୍କନର ଯୁବରାଜ ହରିଚନ୍ଦନ ଓ ଓଁ ଜୟ ଇଭିର ଶ୍ରୀହର୍ଷ ।

ଏହି ସମସ୍ତ ଷ୍ଟାର୍ଟଅପ୍ ବିଦ୍ୟୁତ ବାହନ ଉପରେ କାର୍ଯ୍ୟ କରୁଛନ୍ତି । ଏସବୁ ଓଡ଼ିଶାରେ ନିର୍ମାଣ କରିବାର ଯୋଜନା ରଖୁଛନ୍ତି । ତେବେ କେତେକ ଷ୍ଟାର୍ଟଅପ୍ ପାଇଁ ଜମିର ଆବଶ୍ୟକତା ରହିଥିବାବେଳେ କେତେକ ଆର୍ଥିକ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆସୁଥିବା ଅଭିଯୋଗଗୁଡ଼ିକୁ ରେକର୍ଡ କରାଯାଇ ତା’ର ସମାଧାନ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଆରୋପ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ସଂଯୋଜିକା ସଂଯୁକ୍ତା ବଢ଼ାଇ ଏବଂ ସୌରଭ ପ୍ରମୁଖ ଯୋଗଦେଇଥିଲେ । ଏହି କ୍ରମରେ ପୂର୍ବରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ସ୍ଵାସ୍ଥ୍ୟସେବା, ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ର ଉପରେ ଆଲୋଚନା ହୋଇସାରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details