ଭୁବନେଶ୍ବର:ସ୍ମାର୍ଟସିଟିରେ ସବୁ ବର୍ଗଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କଲା ବିଏମସି । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଟୀକାକରଣରେ ବିଭିନ୍ନ ବର୍ଗଙ୍କୁ ସାମିଲ କରିଛି ବିଏମସି । ଏହି ପ୍ରକ୍ରିୟାକୁ ସୋମବାର ଠାରୁ ଅଧିକ ବ୍ୟାପକ କରାଯିବ । ୧୮ ରୁ ୪୪ ବର୍ଷ ବର୍ଗଙ୍କ ମଧ୍ୟରେ ଚିନ୍ତା ବଢିଛି । ସୋମବାର ବା ମଙ୍ଗଳବାର ଠାରୁ ଅଗ୍ରାଧିକାର ଓ ପ୍ରାଥମିକତା ଭିତ୍ତିରେ ଡୋଜ୍ ସହ ସ୍ଲଟ ବୁକିଂ କରାଯିବ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୁବଶୀଘ୍ର ସମସ୍ତଙ୍କୁ ଟୀକାକରଣରେ ସମିଲ କରାଯିବ । ସୋମବାର ଠାରୁ ଅକ୍ସିଜେନ କନସେଣ୍ଟଟେଟର ଆପ ମାଧ୍ୟମରେ ବୁକ କରିପାରିବେ ଓ ତାହାର ବ୍ୟବହାର ସମ୍ପର୍କରେ ସୂଚନା ଦିଆଯିବ । 1929 ଜଣ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷଙ୍କୁ ନିୟୋଜିତ କରାଯିବ ।