ଭୁବନେଶ୍ବର: ଛାତ୍ର ଗଣ୍ଡଗୋଳ ହେଉ ବା ନିର୍ବାଚନ ତାତି ବିଭିନ୍ନ ଘଟଣାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଛି ଉତ୍କଳ ବିଶ୍ବବିଦ୍ୟାଳୟ । ତେବେ ଜଣେ ସାଇକୋଲୋଜି ବିଭାଗର ପ୍ରଫେସରଙ୍କୁ ତାଙ୍କ ବିଭାଗରେ ଏଚଓଡି ତାଲା ପକାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫଳରେ 4 ଘଣ୍ଟା ଧରି ବିଭାଗରେ ବନ୍ଦ ହୋଇ ରହିଥିଲେ ପ୍ରଫେସର ମହେଶ୍ବର ଶତପଥି । ପୋଲିସ ସହାୟତାରେ ଶେଷରେ ତାଙ୍କୁ ଉଦ୍ଧାର କରାଯାଇଛି ।
ମହେଶ୍ବର ଅଭିଯୋଗ କରିଛନ୍ତି ଯେ, 2016ରେ ବିଶ୍ବ ବିଦ୍ୟାଳୟରେ ଯୋଗ ଦେବା ପର ଠାରୁ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ନା ନା ହଇରାଣ କରାଯାଉଛି । ବିଭାଗରେ ତାଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଦିଆଯାଉ ନଥିବା ସହ ଦରମା ମଧ୍ୟ ଦିଆଯାଉ ନାହିଁ ।