ଓଡିଶା

odisha

By

Published : Jun 29, 2021, 5:07 PM IST

ETV Bharat / city

ସବ-ଇନ୍ସପେକ୍ଟର ପାଇଁ ଆବେଦନ କରିବେ କିନ୍ନର, ମୀରା ପରିଡା ନେଲେ ଦାୟିତ୍ବ

ପୋଲିସ SI ଖାଲି ପଦବୀ ପାଇଁ ଆବେଦନ କରିପାରିବେ କିନ୍ନର । କିପରି କିନ୍ନରମାନେ ଏହି ପୋଷ୍ଟ ପାଇଁ ଆବେଦନ କରିବେ ତାହାର ସମସ୍ତ ଦାୟିତ୍ବ ନେଇଛନ୍ତି ମୀରା ପରିଡା । ଅଧିକ ପଢନ୍ତୁ...

ସବ-ଇନ୍ସପେକ୍ଟର ପାଇଁ ଆବେଦନ କରିବେ କିନ୍ନର, ମୀରା ପରିଡା ନେଲେ ଦାୟିତ୍ବ
ସବ-ଇନ୍ସପେକ୍ଟର ପାଇଁ ଆବେଦନ କରିବେ କିନ୍ନର, ମୀରା ପରିଡା ନେଲେ ଦାୟିତ୍ବ

ଭୁବନେଶ୍ବର: ଚଳିତ ବର୍ଷ ପୋଲିସ SI ଖାଲି ପଦବୀ ପାଇଁ କିନ୍ନରମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି ରାଜ୍ୟ ସରକାର । ସେମାନେ SI ପାଇଁ ଆବେଦନ କରିପାରିବେ । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) କିନ୍ନର ପରିଷଦର ସଦସ୍ୟା ମୀରା ପରିଡାଙ୍କ କାର୍ଯ୍ୟାଳୟରେ ଏକ ଶିବିର ଆୟୋଜିତ କରାଯାଇଛି । କିନ୍ନରମାନେ କିପରି ଏହି ପୋଷ୍ଟ ପାଇଁ ଆବେଦନ କରିବେ ଏବଂ ଏହାର ଫାଇଦା ପାଇପାରିବେ ତାହା ଉପରେ ଶିବିରରେ ଆଲୋଚନା କରାଯାଇଛି । ଏଥିସହ ଆବେଦନର ସମସ୍ତ ଦାୟିତ୍ବ ମୀରା ପରିଡା ନେଇଛନ୍ତି ।

ସବ-ଇନ୍ସପେକ୍ଟର ପାଇଁ ଆବେଦନ କରିବେ କିନ୍ନର, ମୀରା ପରିଡା ନେଲେ ଦାୟିତ୍ବ

ବହୁସଂଖ୍ୟକ କିନ୍ନର ଏହି ଶିବିରରେ ଯୋଗ ଦେଇଛନ୍ତି । ସଠିକ ପ୍ରାର୍ଥୀ ଚିହ୍ନଟ କରିବା ଏବଂ ସେମାନଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ମୀରା ନେତୃତ୍ବ ନେଇଛନ୍ତି । ରବିବାର ଗୋଟିଏ ଦିନରେ 10 ଜଣ କିନ୍ନର ଏହି ପଦବୀ ପାଇଁ ଆବେଦନ କରିଥିବାବେଳେ ପୂର୍ବରୁ 20 ଜଣ ଆବେଦନ କରିସାରିଥିବା ମୀରା ପରିଡା ସୂଚନା ଦେଇଛନ୍ତି । ପୋଲିସ ବିଭାଗରେ କିନ୍ନରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ କିନ୍ନର ସଙ୍ଘ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details