ଓଡିଶା

odisha

By

Published : Oct 7, 2021, 10:31 PM IST

Updated : Oct 8, 2021, 8:23 AM IST

ETV Bharat / city

ଆଜିଠୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ

ଦୀର୍ଘ ଦିନ ପରେ ଆଜି 67 ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ। ଶୁଭାରମ୍ଭ କରିବେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅଧିକ ପଢନ୍ତୁ...

ଆସନ୍ତାକାଲି ଠାରୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ
ଆସନ୍ତାକାଲି ଠାରୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ପରେ ଆଜି 67 ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ। ଏହା ସହ ରୋପ-ଓ୍ବେର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ।

ଆସନ୍ତାକାଲି ଠାରୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ
ଆସନ୍ତାକାଲି ଠାରୁ 67ତମ ବନ୍ୟପ୍ରାଣୀ ସପ୍ତାହ, ନନ୍ଦନକାନନରେ ଗଡିବ ଟଏ ଟ୍ରେନ

67 ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ନନ୍ଦନକାନନରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ନନ୍ଦନକାନନକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ଆଜି ଠାରୁ ଟଏ ଟ୍ରେନ (ଶିଶୁ ରେଳ ଗାଡି)ର ଶୁଭାରମ୍ଭ ହେବା ସହ ଆଉ ଏକ ନୂଆ ଯୋଜନା ରୋପ-ୱେର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ଟଏ ଟ୍ରେନରେ ପର୍ଯ୍ୟଟକଙ୍କ ପାଇଁ ଟିକେଟର ମୂଲ୍ୟ ରହିଛି 95 ଟଙ୍କା । ଟଏ ଟ୍ରେନ ଟ୍ରାକ ଉପରେ ଏକ ଫୁଟ-ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯିବ।

ଏହା ସହ ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତୃଣଭୋଜି ପ୍ରାଣୀଙ୍କୁ ଜଙ୍ଗଲରେ ଛଡ଼ାଯିବ । ଯାହା ଫଳରେ ଟଏ ଟ୍ରେନରେ ଯିବା ସମୟରେ ଏକ ପ୍ରକୃତିକ ପରିବେଶକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । 67ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହେବାକୁ ଥିବାବେଳେ ଏଥିରେ ସାମିଲ ହେବେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧ୍ୟାୟକ ସୁରେଶ ରାଉତରାୟ, ଭୁବନେଶ୍ବର ଉତ୍ତର ବିଧ୍ୟାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିତିକ୍ତ ଶାସନ ସଚିବ ମୋନା ଶର୍ମା ଏବଂ ମୁଖ୍ୟ ବନ୍ୟ ସଂରକ୍ଷକ ଏବଂ ବନ ବାହିନୀ ମୁଖ୍ୟ ଶିଶିର କୁମାର ରଥ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 8, 2021, 8:23 AM IST

ABOUT THE AUTHOR

...view details