ଓଡିଶା

odisha

By

Published : Oct 4, 2022, 9:23 AM IST

ETV Bharat / city

Swachh Survekshan 2022: ସ୍ୱଚ୍ଛତା ସମ୍ମାନକୁ ଭୁବନେଶ୍ୱରବାସୀଙ୍କୁ ଉତ୍ସର୍ଗ କଲେ ମେୟର

ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସି ପୁରସ୍କୃତ । ସ୍ବଚ୍ଛ ସର୍ବେକ୍ଷେଣ-୨୦୨୨ର ସିଟିଜେନ ଫିଡ୍ ବ୍ୟାକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜଧାନୀ ଭାବେ ପୁରସ୍କୃତ ହୋଇଛି ଭୁବନେଶ୍ବର ମହାନଗର ନିଗମ । ଅଧିକ ପଢ଼ନ୍ତୁ

ସ୍ୱଚ୍ଛତା ପାଇଁ ସମ୍ମାନକୁ ଭୁବନେଶ୍ୱରବାସୀଙ୍କୁ ଉତ୍ସର୍ଗିକୃତ କଲେ ମେୟର
ସ୍ୱଚ୍ଛତା ପାଇଁ ସମ୍ମାନକୁ ଭୁବନେଶ୍ୱରବାସୀଙ୍କୁ ଉତ୍ସର୍ଗିକୃତ କଲେ ମେୟର

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷେଣରେ ଜାତୀୟସ୍ତରରେ ପୁରସ୍କୃତ ହୋଇଛି ବିଏମସି(BMC) । ଏହାକୁ ଭୁବନେଶ୍ୱର ମେୟର ସମସ୍ତ ଭୁବନେଶ୍ୱରବାସୀଙ୍କୁ ଉତ୍ସର୍ଗିକୃତ କରିଛନ୍ତି । ସ୍ବଚ୍ଛ ସର୍ବେକ୍ଷେଣ-୨୦୨୨ର(Swachh Survekshan 2022) ସିଟିଜେନ ଫିଡ୍ ବ୍ୟାକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜଧାନୀ ଭାବେ ପୁରସ୍କୃତ ହୋଇଛି ଭୁବନେଶ୍ବର ମହାନଗର ନିଗମ । ନୂଆଦିଲ୍ଲୀରେ ଗୃହ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ସଚିବ ମନୋଜ ଯୋଶୀ ପୁରସ୍କାର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ମେୟର କହିଛନ୍ତି, ''ରାଜଧାନୀବାସୀଙ୍କ ସହଭାଗିତା ଓ ସକ୍ରିୟତା ପାଇଁ ରାଜଧାନୀବାସୀଙ୍କୁ ଆଜି ଏହି ପୁରସ୍କାର ମିଳିପାରିଛି । ତେଣୁ ସମସ୍ତ କର୍ପୋରେଟର ଓ ଭୁବନେଶ୍ୱର ବାସୀଙ୍କୁ ନିଜ ଅଞ୍ଚଳର ସ୍ବଚ୍ଛତାକୁ ବଜାଇ ରଖିବା ପାଇଁ ଅନୁରୋଧ କରିଛନ୍ତି । ପୁରସ୍କାର ନେଇ ଦିଲ୍ଲୀରୁ ଫେରିବା ପରେ ବିଏମସି କାର୍ଯ୍ୟାଳୟରେ ଏକ ବୈଠକ କରି ଏଭଳି କିଛି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।''

ସ୍ୱଚ୍ଛତା ପାଇଁ ସମ୍ମାନକୁ ଭୁବନେଶ୍ୱରବାସୀଙ୍କୁ ଉତ୍ସର୍ଗିକୃତ କଲେ ମେୟର

ତେବେ ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ରେ ସମଗ୍ର ଦେଶରେ ଭୁବନେଶ୍ବରର ସ୍ଥାନ ୧୪୪ରେ ଥିବାବେଳେ ୨୦୨୨ରେ ଏହି ସ୍ଥାନ ୮୦କୁ ଉନ୍ନୀତ ହୋଇଛି । ବିଭିନ୍ନ କ୍ଷେତ୍ରରେ ବିଏମସି ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରିଛି । ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ, ବସ୍ତି ବିକାଶ, ବିପର୍ଯ୍ୟୟ ପରିଚାଳନା, ସହର ସୌନ୍ଦର୍ଯ୍ୟ କରଣ, ନାଗରିକ ସେବା, ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା, ଦକ୍ଷ ସହରୀ ଯୋଜନା ଏବଂ ବିକାଶ, ଜଳ ଯୋଗାଣ ସେବା, ସିଟି ବସ୍ ସେବା, ଅନଲାଇନ୍ ସେବା, ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥାକୁ ନେଇ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଛି ।

ଅନ୍ୟପଟେ ପୁରସ୍କାରର ପୁରା ଶ୍ରେୟ ଭୁବନେଶ୍ୱରବାସୀଙ୍କ ସହ ବିଏମସିର ସମସ୍ତ କର୍ମକର୍ତ୍ତାଙ୍କୁ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ (Swachh Survekshan) । ସେ କହିଛନ୍ତି ଯେ, "ଆମ ପାଇଁ ଆଜି ସମୀକ୍ଷା କରିବାର ଦିନ । ଉତ୍ସବ ପାଳନ କରିବାର ଦିନ । ପୂର୍ବରୁ ସଫେଇ କ୍ଷେତ୍ରରେ ଭୁବନେଶ୍ୱର ବହୁତ୍ ଉପରକୁ ଆସିଛି ଯାହାକୁ ଉତ୍ସବ ଭାବେ ଭୁବନେଶ୍ୱର ବାସୀଙ୍କୁ ପାଳନ କରିବା ପାଇଁ କହିଛନ୍ତି ଭୁବନେଶ୍ୱର ମେୟର । ଏହାସହ ବିଶେଷ ଭାବେ ଏହି ବୈଠକରେ ଭୁବନେଶ୍ୱରବାସୀ ଅଳିଆକୁ ପୃଥକିକରଣ କରିବାକୁ ସେ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details