ଓଡିଶା

odisha

By

Published : Sep 18, 2019, 8:19 PM IST

Updated : Sep 18, 2019, 9:24 PM IST

ETV Bharat / city

ଇଣ୍ଟରନ୍ୟାସନାଲ ଡ୍ରଗ ମାଫିଆ ଲିଂକ, ଭୁବନେଶ୍ବରରୁ ଗିରଫ ହେଲା ଡ୍ରଗ୍ସ କୁଇନ

ସଞ୍ଜୁ,ପାକୁ,ଛୋଟା ପରେ ଲେଡି ଡନ୍‌ ମିନା । ଇଣ୍ଟରନ୍ୟାସନାଲ ଡ୍ରଗ ମାଫିଆ ଏସ.କେ ରାଜା ଗିରଫ ପରେ ଏବେ ଧରାପଡିଛି ଲେଡି ଡନ୍‌ ହାଇନାରା ଖାତୁନ ଓରଫ ମିନା । ଏସଟିଏଫ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଡ୍ରଗ୍ସ କୁଇନ୍ ମିନା

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଲେଡି ଡନ୍ ମିନା । ସଞ୍ଜୁ, ପାକୁ, ଛୋଟା ପରେ ଡ୍ରଗ୍ସ କୁଇନ୍ ହାଇନାରା ଖାତୁନ୍ ଓରଫ ମିନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଇଣ୍ଟରନ୍ୟାସନାଲ ଡ୍ରଗ ମାଫିଆ ଏସ.କେ ରାଜା ଗିରଫ ପରେ ଏବେ ଧରାପଡିଛି ଏହି ଲେଡି ଡନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଡ୍ରଗ୍ସ କୁଇନ୍ ମିନା ହଳଦିପଡିଆରେ ଚଲାଇଥିଲା ବ୍ରାଉନସୁଗାରର ବଡ ନେଟୱାର୍କ । ଡ୍ରଗ ମାଫିଆ ଏସ.କେ ରାଜୁ ଠୁ ଆଣୁଥିଲା ପୁଳା ପୁଳା ମାଲ । ନିଜର ନେଟୱର୍କ ଜରିଆରେ ଆସ୍ଥା ଜମାଇଥିଲା ହଳଦିପଡିଆ ବସ୍ତିରେ । ଏପରିକି ଲକ୍ଷ୍ମୀସାଗରରୁ ଲମ୍ବିଥିଲା ଭୁବନେଶ୍ବରର ଗଳିକନ୍ଦିକୁ ଚେର । ପାଓ ସିମକାର୍ଡ ଓ ପତା ଭଳି କୋର୍ଡୱାର୍ଡରେ ଘରେ ପହଞ୍ଚାଉଥିଲା ଧଳାଜହର ।

ମିନାର ଘର ହେଉଛି ପଶ୍ଚିମବଙ୍ଗର ମେଦିନାପୁରର ଧଲହରାରେ । ସେଠାରେ ମିନା ଏସ.କେ ରାଜୁ ସଂସ୍ପର୍ଶରେ ଆସି ଆରମ୍ଭ କରିଥିଲା ଧଳଜହରର କାରବାର । ପ୍ରଥମେ ଜଳେଶ୍ବରରୁ ରାଜଧାନୀରେ ଆଣି ବିକୁଥିଲା । ପରେ ମାର୍କେଟର ଡିମାଣ୍ଡକୁ ଦେଖି ତିଆରି କରିଥିଲା ନେଟୱାର୍କ । ମାଲ କଟକ ପହଞ୍ଚିବା ପରେ କଟକରୁ ପିତାମହଲ, ଭାୟା ଖୋର୍ଦ୍ଧା ଦେଇ ପହଞ୍ଚୁଥିଲା ରାଜଧାନୀରେ । ଚାଲାକି ବଳରେ ନିଜକୁ ପୋଲିସ କବଳରୁ ବଞ୍ଚାଇ ରଖିଥିଲା ଏହି ଲେଡି ଡନ୍ । କିନ୍ତୁ ଇଣ୍ଟରନ୍ୟାସନାଲ ଡ୍ରଗ ମାଫିଆ ଏସ.କେ ରାଜା ଗିରଫ ପରେ ମିନା ବିରୋଧରେ ଠୋସ ପ୍ରମାଣ ପାଇଥିଲା ଏସଟିଏଫ ।

ଏପରିକି ଏନଡିପିଏସ ଓ ଆର୍ମସ ଆକ୍ଟରେ ମଧ୍ୟ ୱାଣ୍ଟେଡ ଥିଲା ମିନା । ଗିରଫ ପରେ ମିନାକୁ କୋର୍ଟ ଚାଲାଣ କରିଛି ଏସଟିଏଫ । ଏବେ ମିନାକୁ ଗିରଫ ପରେ ହୋଟେଲ ମାଲିକଙ୍କ ଉପରେ ନଜର ପକାଇଛି ଏସଟିଏଫ । ଏପରିକି କିଛି ବାର୍‌ର ବାଉନ୍ସର ଧଳାଜହର ଲିଙ୍କ୍‌ରେ ଥିବା ଜଣାପଡିଛି । ଏସଟିଏଫ ଅଧିକ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 18, 2019, 9:24 PM IST

ABOUT THE AUTHOR

...view details