ଓଡିଶା

odisha

ତୃତୀୟ ଲହରରେ ଫୋକସରେ ଶିଶୁ, ପ୍ରସ୍ତୁତ ରାଜ୍ୟ ସରକାର

By

Published : Jun 4, 2021, 8:33 PM IST

ତୃତୀୟ ଲହରରେ ଫୋକସରେ ଶିଶୁ । ଏନେଇ ବେଡ଼ ଓ ଟ୍ରେନିଂ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା। ଅଧିକ ପଢନ୍ତୁ...

ତୃତୀୟ ଲହରରେ ଫୋକସରେ ଶିଶୁ
ତୃତୀୟ ଲହରରେ ଫୋକସରେ ଶିଶୁ

ଭୁବନେଶ୍ବର: ତୃତୀୟ ଲହରରେ ଫୋକସରେ ଶିଶୁ । ଏନେଇ ବେଡ଼ ଓ ଟ୍ରେନିଂ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା।

ତୃତୀୟ ଲହରରେ ଫୋକସରେ ଶିଶୁ

ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତକୁ ଆଶଙ୍କା କରି ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ଯେପରି ବେଡ଼ ବଢାଇବା ସହ ଟ୍ରେନିଂ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଏବେ ପଜିଟିଭ ହାର କାମୁଛି। ଏବେ ପଜେଟିଭ ହାର 11.5 ପ୍ରତିଶତ ରହିଛି।

ଜୁନର ଦ୍ବିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି। ବିଶେଷଜ୍ଞମାନଙ୍କ ପରାମର୍ଶକୁ ଗ୍ରହଣ କରି ଆମେ ତୃତୀୟ ଲହର ପାଇଁ ପ୍ରସ୍ତୁତ ଆରମ୍ଭ କରିଛୁ। ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବେଡ଼ର ବନ୍ଦୋବସ୍ତ ସହ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି।

କେଉଁଠି ବେଡ଼ ବଢିବ, କେଉଁଠି ଆଇସିୟୁ ବ୍ୟବସ୍ଥା ହେବ ସେ ଦିଗରେ ବ୍ୟବସ୍ଥା ଚାଲିଛି। ଅତି ଖରାପ ପରିସ୍ଥିତିକୁ ଆଖି ଆଗରେ ରଖି ଆମେ ପ୍ରସ୍ତୁତ ହେଉଛୁ। ବର୍ତ୍ତମାନ ରାଜ୍ୟରେ ସାଧାରଣ ଶଯ୍ୟା 39 ପ୍ରତିଶତ ବ୍ୟବହାର ହୋଇଛି।

ଭେଣ୍ଟିଲେଟର ଓ ଅିକ୍ସଜେନ ବେଡ଼ 60 ପ୍ରତିଶତ ବ୍ୟବହାର ହୋଇଛି। ସେମିତି ରାଜ୍ୟରେ ଖରାପ ପରିସ୍ଥିତି ନାହିଁ। ତଥାପି ଆମେ ନୂଆ ଯାଗାରେ ଆମେ ବେଡ଼ ସଂଖ୍ୟା ବୃଦ୍ଧି କରୁଛୁ। 5 ରୁ 6 ଟି ସ୍ଥାନରେ ବେଡ଼ ସଂଖ୍ୟା ବଢାଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ ଅନୁସାରେ ତୃତୀୟ ଲହରରେ ଶିଶୁ ପ୍ରଭାବିତ ହେବେ। ଏଦୃଷ୍ଟିରୁ ରାଜ୍ୟ ସରକାର ପ୍ରସ୍ତୁତ ଚଳାଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details