ଓଡିଶା

odisha

By

Published : Nov 8, 2019, 8:35 PM IST

ETV Bharat / city

ଆଗୁଆ ଆସିବ ‘ବୁଲବୁଲ’, ଓଡିଶାରେ ବର୍ଷିବ

ଆଗୁଆ ଆସିବ ‘ବୁଲବୁଲ’ । ଘଣ୍ଟାପ୍ରତି 18 କିମି ବେଗରେ ମାଡି ଆସୁଛି ବାତ୍ୟା । ପାରାଦ୍ବୀପ ଠାରୁ 115 କିମି ଦୂରରେ ଏହା ଅତିକ୍ରମ କରିବ । ଆସନ୍ତାକାଲି (ଶନିବାର) ମଧ୍ୟରାତ୍ରୀରେ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ ।

ଆଗୁଆ ଆସିବ ‘ବୁଲବୁଲ’, ଓଡିଶାରେ ବର୍ଷିବ

ଭୁବନେଶ୍ବର: ବୁଲବୁଲର ଗତିବିଧି ଉପରେ କଡା ନଜର ରଖିଛି ଆଇଏମଡି । ସମୁଦ୍ରର ଗଭୀର ଜଳରାଶିକୁ ଭେଦ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବୁଲବୁଲ। ପାଣିପାଗ କେନ୍ଦ୍ର, ରାଜ୍ୟ ସରକାର, ଜଣ ସାଧାରଣ ସମସ୍ତେ ଏହାର ଗତିବିଧି ଉପରେ କଡା ନଜର ରଖିଛନ୍ତି ।

ଆଗୁଆ ଆସିବ ‘ବୁଲବୁଲ’, ଓଡିଶାରେ ବର୍ଷିବ

କାଳେ ବୁଲବୁଲ ଦିଗ ବଦଳାଇବ ସେନେଇ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଏପଟେ ଘଣ୍ଟାପ୍ରତି 18 କିମି ବେଗରେ ମାଡି ଆସୁଛି ବାତ୍ୟା । ପାରାଦୀପ ଠାରୁ ଏହା 300 କିମି ଦୂରରେ ରହିଛି । ତେବେ ଏହା ପାରାଦୀପ ଠାରୁ 115, ଗୋପାଳପୁର ଠାରୁ 294 କିମି ଦୂରରେ ପାସ କରିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ଆସନ୍ତାକାଲି (ଶନିବାର) ମଧ୍ୟରାତ୍ରୀରେ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ ‘ବୁଲବୁଲ’। ତେବେ କୌଣସି ସ୍ଥାନରେ ଅଧିକ ବର୍ଷା ହେବାର ଖବର ନାହିଁ। ପାଗ ମେଘୁଆ ରହିଛି। ସେପଟେ ପଶ୍ଚିମବଙ୍ଗ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ରଖାଯାଇଛି। ଧାମରା ବନ୍ଦରରେ 32ଟି ବୋଟ ରଖାଯାଇଛି । ବିଦ୍ୟୁତ୍‌ ସରବରାହ ପାଇଁ ସେସୁ ଓ ନେସ୍କୋକୁ ସତର୍କ ରହିବାକୁ କୁହାଯାଇଥିବା ସେ କହିଛନ୍ତି।

ଅନ୍ୟପଟେ ଓଡ୍ରାଫ, ଏନଡିଆରଏଫ ଓ ଫାୟାର ୟୁନିଟ ସବୁଠି ପହଞ୍ଚି ଗଲେଣି। ବର୍ଷା ବଢିଲେ ଜିଲ୍ଲାପାଳ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବେ। ବାତ୍ୟା ଆଶ୍ରୟସ୍ଥଳ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଯିଏ ଯେଉଁ ସାହାଯ୍ୟ ଖୋଜିବ ଜିଲ୍ଲାପାଳ ଯୋଗାଇ ଦେବେ। ସମୁଦ୍ରକୂଳରେ ଯେପରି କୌଣସି ପର୍ଯ୍ୟଟକ ନ ରହିବେ ସେ ନେଇ ମଧ୍ୟ ସଚେତନ କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details