ଓଡିଶା

odisha

By

Published : Nov 28, 2020, 4:10 PM IST

Updated : Nov 28, 2020, 4:31 PM IST

ETV Bharat / city

ମୋ କଥାକୁ କଦର୍ଥ କରାଯାଉଛି: ସୌମ୍ୟରଞ୍ଜନ

ଶୁକ୍ରବାର ପରି ହତ୍ୟାକାଣ୍ଡ ଘଟଣାକୁ ଛୋଟିଆ ଘଟଣା କହିଥିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି ସୌମ୍ୟରଞ୍ଜନ । ଅଧିକ ପଢନ୍ତୁ...

soumya ranjan pattnaik
ମୋ କଥାକୁ କଦର୍ଥ କରାଯାଉଛି: ସୌମ୍ୟରଞ୍ଜନ

ଭୁବନେଶ୍ବର: ‘ପରି’ ହତ୍ୟାକାଣ୍ଡ ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ ମୋ କଥାକୁ କଦର୍ଥ କରାଯାଉଛି ।

ମୋ କଥାକୁ କଦର୍ଥ କରାଯାଉଛି: ସୌମ୍ୟରଞ୍ଜନ

‘ପରି’ ହତ୍ୟାକାଣ୍ଡ ଘଟଣା ଗୋଟେ ନିଖୋଜ ମମାଲାରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଏକ ବିରାଟ ଘଟଣାର ମୋଡ ନେଇଛି । ପୋଲିସ ଯଦି ତାର କାମ ଠିକଣା ଢଙ୍ଗରେ କରିଥାନ୍ତା, ଆଜି ବିଧାନସଭାରେ ହଲ୍ଲାପଟା ହୋଇନଥାନ୍ତା । ଗଣତନ୍ତ୍ରର ଉତ୍ତର ଦାୟିତ୍ବ ସମ୍ପର୍କରେ ସମସ୍ତ ସଚେତନ ହେବା ଦରକାର । ସୋସିଆଲ ମିଡିଆରେ ଏହାକୁ ନେଇ ଅର୍ଥକୁ ଅନର୍ଥ କରାଯାଉଛି ବୋଲି ବିଜେଡି ବିଧାୟକ କହିଛନ୍ତି ।

ସୂଚନା ଥାଉକି ଶୁକ୍ରବାର ପରୀ ହତ୍ୟା ଘଟଣାକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ବିବୃତି ଦେବା ସମୟରେ କହିଥିଲେ ଯେ ଏହା ଏକ ଛୋଟିଆ ଅଘଟଣ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ଏପରିକି ବିରୋଧୀ ଦଳ ନେତା ମଧ୍ୟ ଗୃହରେ ଏହି କଥା ଉଠାଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 28, 2020, 4:31 PM IST

ABOUT THE AUTHOR

...view details