ଓଡିଶା

odisha

By

Published : Mar 7, 2022, 10:00 PM IST

ETV Bharat / city

Ukraine War: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢା ଚିନ୍ତା, ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱାସନା

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଏବେ ନିଜର କ୍ୟାରିଅରକୁ ନେଇ ଚିନ୍ତିତ। ୟୁକ୍ରେନ ଋଷ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଥିବା ବେଳେ ଆଗକୁ କିଭଳି ପାଠ ପଢିବେ ସେନେଇ ଚିନ୍ତାରେ ରହିଛନ୍ତି। ଏପଟେ ସମସ୍ତ ଛାତ୍ରଛାତ୍ରୀମାନେ ଆଗକୁ ଯେପରି ପାଠ ପଢିପାରିବେ। ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଛନ୍ତି। ଅଧିକ ପଢନ୍ତୁ

Russia Ukraine War: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱାସନା
Russia Ukraine War: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱାସନା

ଭୁବନେଶ୍ବର : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଏବେ ନିଜର କ୍ୟାରିଅରକୁ ନେଇ ଚିନ୍ତିତ। ୟୁକ୍ରେନ ଋଷ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଥିବା ବେଳେ ଆଗକୁ କିଭଳି ପାଠ ପଢିବେ ସେନେଇ ଚିନ୍ତାରେ ରହିଛନ୍ତି। ଏପଟେ ସମସ୍ତ ଛାତ୍ରଛାତ୍ରୀମାନେ ଆଗକୁ ଯେପରି ପାଠ ପଢିପାରିବେ। ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଛନ୍ତି।

Russia Ukraine War: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ୱାସନା

ୟୁକ୍ରେନ ଋଷ ଯୁଦ୍ଧରେ ଅନେକ ଭାରତୀୟ ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢିବା ପାଇଁ ୟୁକ୍ରେନ ଯାଇଥାନ୍ତି। ତେବେ ଯୁଦ୍ଧର କାରଣରୁ ଅନେକ ମଧ୍ୟ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ସେଠାରେ ପଢିବା ସମ୍ଭବ ପର ନୁହେଁ। ଅନେକ ଛାତ୍ରଛାତ୍ରୀମାନେ ସେମାନେ ଶେଷ ବର୍ଷରେ ମଧ୍ୟ ଅଛନ୍ତି । ଯାହା ଆଉ 2 ମାସ ପରେ ସେମାନେ ଡିଗ୍ରୀ ହାସଲ କରିଥାନ୍ତେ। କିନ୍ତୁ ଯାହାକୁ ନେଇ ଛାତ୍ର ଛାତ୍ରୀ ମାନେ ଏବେ ଚିନ୍ତାରେ ରହିଛନ୍ତି।

ଯେହେତୁ ୟୁକ୍ରେନରେ ବର୍ତ୍ତମାନ ସ୍ଥିତିରେ ରହିବା ସମ୍ଭବପର ନୁହେଁ । ତେଣୁ ଭାରତରେ ଏଥିପ୍ରତି କିଛି ପଦକ୍ଷେପ ନିଆଯାଉ। ଭାରତରେ ସମସ୍ତ ରାଜ୍ୟର ପିଲାମାନେ ବିଦେଶରେ ପାଠ ପଢୁଥିଲେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରବିବାର(ଗତକାଲି) ଆଗକୁ ଆସି କେନ୍ଦ୍ରକୁ ଚିଠି ଲେଖିଛନ୍ତି ।

ଏହାବି ପଢନ୍ତୁ :Ukraine War: ଜନ୍ମମାଟିକୁ ଫେରିଲେ ୭୭ ଛାତ୍ରଛାତ୍ରୀ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

କ୍ୟାରିୟର ଅଧାରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ପାଠପଢା ପାଇଁ ବ୍ୟବସ୍ଥା କରାଯାଉ। ୟୁକ୍ରେନରେ ଯୁଦ୍ଧ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପାଠପଢ଼ାର ସମସ୍ତ ବ୍ୟବସ୍ଥା ଭାରତରେ କରିବା ପାଇଁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପଟେ ଆଜି(ସୋମବାର) ଭୁବନେଶ୍ୱର ବିମାନବନ୍ଦରରେ ଛାତ୍ରଛାତ୍ରୀଙ୍କ ଫେରିବା ଖୁସିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଛାତ୍ରଛାତ୍ରୀମାନେ ଆଗକୁ ଯେପରି ପାଠ ପଢିପାରିବେ । ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ଆଶ୍ବସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details