ଓଡିଶା

odisha

By

Published : Mar 17, 2021, 5:36 PM IST

ETV Bharat / city

ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ହେବ ରେମେଡିଆଲ କ୍ଲାସ

ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ଏଣିକି ହେବ ରେମେଡିଆଲ କ୍ଲାସ । ଅଧିକ ପଢନ୍ତୁ....

ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ହେବ ରେମିଡିଆଲ କ୍ଲାସ
ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ହେବ ରେମିଡିଆଲ କ୍ଲାସ

ଭୁବନେଶ୍ବର: ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ରେମେଡିଆଲ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ପ୍ରଥମ ୨ ରୁ ୩ ମାସ ପର୍ଯ୍ୟନ୍ତ ଏହି କ୍ଲାସ ହେବ । କୋରୋନା ମହାମାରୀ ଯୋଗୁଁ ଗତ ଏକ ବର୍ଷ ହେବ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହୋଇପାରି ନାହିଁ । ତେଣୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ହେବ ରେମିଡିଆଲ କ୍ଲାସ

ବିଭିନ୍ନ ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ବିଭିନ୍ନ କାରଣ ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ଏଥିରେ ପାଠ ପଢି ପାରି ନାହାନ୍ତି । ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ସେମାନଙ୍କୁ ପାଠ୍ୟକ୍ରମରେ ସୁଦୃଢ଼ କରିବା ଲକ୍ଷ୍ୟରେ ଏପରି ନିଷ୍ପତି ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

...view details