ଓଡିଶା

odisha

By

Published : Jul 13, 2022, 7:26 AM IST

ETV Bharat / city

ଆସନ୍ତା ୨୧ରୁ ପୁରୀ-ନୂଆଗାଁକୁ ଗଡ଼ିବ ସ୍ପେଶାଲ ପାସେଞ୍ଜର ଟ୍ରେନ

ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ୨୧ ଜୁଲାଇ, ୨୦୨୨ ଠାରୁ ନୁଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ । ଅଧିକ ପଢ଼ନ୍ତୁ

୨୧ରୁ  ପୁରୀ-ନୂଆଗାଁକୁ ଗଡ଼ିବ ସ୍ପେଶାଲ ପାସେଞ୍ଜର  ଟ୍ରେନ
୨୧ରୁ ପୁରୀ-ନୂଆଗାଁକୁ ଗଡ଼ିବ ସ୍ପେଶାଲ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର: ପୁରୀ-ନୂଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ଆସନ୍ତା ୨୧ ଜୁଲାଇ, ୨୦୨୨ ଠାରୁ ଭୁବନେଶ୍ୱରରୁ ସଂଶୋଧିତ ସମୟ ସହିତ ଚଳାଚଳ କରିବ । ଗତ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଏହାର ଚଳାଚଳକୁ ଘୋଷଣା କରିଥିଲେ । ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୂଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି ।

08423/08424 ପୁରୀ-ନୂଆଗାଁରୋଡ-ପୁରୀ ପାସେଞ୍ଜର ସ୍ପେଶାଲ୍ ୨୦ ଜୁଲାଇ, ୨୦୨୨ ଠାରୁ ପୁରୀରୁ ସନ୍ଧ୍ୟା ୭ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ୨୧ଜୁଲାଇ, ୨୦୨୨ ଠାରୁ ନୂଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ । ଏହି ଟ୍ରେନରେ ପାଞ୍ଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବ ।

ଏହା ପୁରୀ ଏବଂ ନୂଆଗାଁ ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ପିଏଚ, ଡେଲାଙ୍ଗ, କଣାସ ରୋଡ, ମୋଟରୀ, ହରିପୁର ଗ୍ରାମ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ ଟାଉନ୍, ବୋଲଗଡ ରୋଡ୍, ନୟାଗଡ଼ ଟାଉନ୍ ଏବଂ ମହିପୁର ଷ୍ଟେସନ ମାନଙ୍କରେ ରହଣୀ କରିବ । ପୁରୀ-ନୂଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ପ୍ରଚଳନ ପରେ ଟ୍ରେନ ଚଳାଚଳର ସୁବିଧାକୁ ଦେଖି 08429 ଭୁବନେଶ୍ୱର-ନୂଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ସମୟ ସାରଣୀକୁ ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

୨୧ଜୁଲାଇ ୨୦୨୨ଠାରୁ ସ୍ଥିରିକୃତ ଷ୍ଟେସନ ମାନଙ୍କ ଠାରେ ଏହି ଟ୍ରେନ୍ ପାଇଁ ସମୟ ମଧ୍ୟ ସଂଶୋଧିତ ହୋଇଛି । ଏହି ଟ୍ରେନ ଭୁବନେଶ୍ୱର ଠାରୁ ଏହାର ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୯ଘ.୨୫ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୨୦ମି. ରେ ଛାଡି ନୂଆଗାଁ ରୋଡ଼ ଠାରେ ଅପରାହ୍ନ ୧୨ଘ.୧୫ମି. ପରିବର୍ତ୍ତେ ୧ ଘଟିକାରେ ପହଞ୍ଚିବ । ଅବଶ୍ୟ, 08430 ନୂଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେଶିଆଲ୍ ନୂଆଗାଁ ରୋଡ୍ ଠାରୁ ଭୁବନେଶ୍ୱର ଫେରିବା ମାର୍ଗରେ ଏହାର ସମୟ ସାରଣୀ ଅପରିବର୍ତ୍ତିତ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details