ଓଡିଶା

odisha

By

Published : Nov 2, 2019, 1:17 PM IST

Updated : Nov 2, 2019, 2:54 PM IST

ETV Bharat / city

ନବୀନ ନିବାସରେ ନୟାଗଡବାସୀ, ଡାକ୍ତରଖାନାରେ ଶଯ୍ୟା ବୃଦ୍ଧି ଘଟଣାରେ ଦେଲେ ଶୁଭେଚ୍ଛା

ନୟାଗଡ ଡାକ୍ତରଖାନାର ୧୦୦ଟି ଶଯ୍ୟା ବୃଦ୍ଧି ଘୋଷଣା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଶତାଧିକ ନୟାଗଡବାସୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ୧୦୦ଟି ଶଯ୍ୟା ବୃଦ୍ଧି ଘୋଷଣା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଶତାଧିକ ନୟାଗଡବାସୀ । ଜିଲ୍ଲାର ଉନ୍ନତି କରିବା ଦିଗରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନୟାଗଡବାସୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ନୟାଗଡ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଘୋଷଣା ପରେ ନୟାଗଡର ଜିଲ୍ଲାର ଶତାଧିକ ଜନସାଧାରଣ ନବୀନ ନିବାସରେ ପହଞ୍ଚିଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ନୟାଗଡବାସୀ ।

ଡାକ୍ତରଖାନାରେ ଶଯ୍ୟା ବୃଦ୍ଧି ଆଗାମୀ ଦିନରେ ରୋଗୀ ସେବା ଦିଗରେ ବେସ ସହାୟକ ହେବ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 2, 2019, 2:54 PM IST

ABOUT THE AUTHOR

...view details