ଓଡିଶା

odisha

By

Published : Jun 17, 2022, 10:42 PM IST

ETV Bharat / city

ଯୁବକଙ୍କୁ ନଭଣ୍ଡାଇ ମୋଦି ସରକାର ନିଯୁକ୍ତି ଦିଅ: ଶରତ ପଟ୍ଟନାୟକ

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଏବେ ନିଆଁ ଜଳୁଛି । କଟକ ଆର୍ମି କାର୍ଯ୍ୟାଳୟ ସମ୍ମୁଖରେ ଯୁବବର୍ଗ ଧାରଣା ଦେଇଥିବା ବେଳ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ତେବେ ବିଭିନ୍ନ ବର୍ଗର ଲୋକମାନେ ଏହାକୁ ବିରୋଧ କରୁଛନ୍ତି । ଅଧିକ ପଢନ୍ତୁ

ଯୁବକଙ୍କୁ ନ ଭଣ୍ଡାଇ ମୋଦି ସରକାର ନିଯୁକ୍ତି ଦିଅ: ଶରତ ପଟ୍ଟନାୟକ
ଯୁବକଙ୍କୁ ନ ଭଣ୍ଡାଇ ମୋଦି ସରକାର ନିଯୁକ୍ତି ଦିଅ: ଶରତ ପଟ୍ଟନାୟକ

ଭୁବନେଶ୍ବର: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଏବେ ନିଆଁ ଜଳୁଛି । ଆଜି(ଶୁକ୍ରବାର) କଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଆର୍ମି କାର୍ଯ୍ୟାଳୟ ସମ୍ମୁଖରେ ଯୁବବର୍ଗ ଧାରଣା ଦେଇଥିବା ବେଳ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ତେବେ ବିଭିନ୍ନ ବର୍ଗର ଲୋକମାନେ ଏହାକୁ ବିରୋଧ କରୁଛନ୍ତି ।

ଯୁବକଙ୍କୁ ନ ଭଣ୍ଡାଇ ମୋଦି ସରକାର ନିଯୁକ୍ତି ଦିଅ: ଶରତ ପଟ୍ଟନାୟକ

ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ସ୍ବାଗତ କରି ଏକ ଟୁଇଟ କରିଥିବା ବେଳେ କଂଗ୍ରେସ କିନ୍ତୁ ଏହି ଯୋଜନା ଉପରେ ବର୍ଷିଛି । ପ୍ରଦେଶ କଂଗ୍ରେସ ସଭାପତି, ଅଗ୍ନିପଥ ଯୋଜନା ଭୁଲ ଯୋଜନା ବୋଲି କହିଛନ୍ତି । ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନିନ୍ଦା କରୁଛି । ଯାହାକୁ ନିଯୁକ୍ତି କରୁଛନ୍ତି ତାଙ୍କୁ ଫୁଲ୍ ଟାଇମ୍ ନିଯୁକ୍ତି ମିଳୁ । କଂଗ୍ରେସ ସର୍ବଦା ଯୁବକ ମାନଙ୍କ ସାଥିରେ ରହିଛି । କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ ଆଣନ୍ତୁ । କେନ୍ଦ୍ରର ମୋଦି ସରକାର ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି କହିଥିଲେ, କୁଆଡେ ଗଲା ସେ ପ୍ରତିଶ୍ରୁତି ବୋଲି କହିଛନ୍ତି ପିସିସି ସଭାପତି । ଯୁବକ ମାନଙ୍କୁ ନ ଭଣ୍ଡାଇ ମୋଦି ସରକାର ନିଯୁକ୍ତି ଦେବାକୁ କହିଥିଲେ, କେତେ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶରତ ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details