ଓଡିଶା

odisha

By

Published : Dec 28, 2021, 10:35 PM IST

ETV Bharat / city

ନିର୍ବାଚନ ପାଇଁ ପ୍ରଲୋଭନ ଦେଖାଉଛନ୍ତି ସରକାର: ନିରଞ୍ଜନ

କଂଗ୍ରେସ ପାଳିଲା ୧୩୭ ତମ ପ୍ରତିଷ୍ଠା ଦିବସ । ତୃଣମୂଳ ସ୍ତରର ଲୋକଙ୍କ ସ୍ବାର୍ଥ ପାଇଁ ଜାରି ରହିଥିବା ଲଢ଼େଇ ଜୋରଦାର କରିବାକୁ ସଂକଳ୍ପ ନେଉଛି ବୋଲି ପିସିସି ସଭାପତି କହିଛନ୍ତି । ଅଧିକ ପଢ଼ନ୍ତୁ

congress celebrated 137th foundation day
ନିର୍ବାଚନ ପାଇଁ ପ୍ରଲୋଭନ ଦେଖାଉଛନ୍ତି ସରକାର: ନିରଞ୍ଜନ

ଭୁବନେଶ୍ବର:କଂଗ୍ରେସ ପାଳିଲା ୧୩୭ ତମ ପ୍ରତିଷ୍ଠା ଦିବସ। ଏନେଇ ଆଜି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା ।

ନିର୍ବାଚନ ପାଇଁ ପ୍ରଲୋଭନ ଦେଖାଉଛନ୍ତି ସରକାର: ନିରଞ୍ଜନ

ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ରାଜ୍ୟ ସହପ୍ରଭାରୀ ଓ କଂଗ୍ରେସର ବହୁ ବରିଷ୍ଠ ନେତା ତଥା ସମର୍ଥକ ଉପସ୍ଥିତ ଥିଲେ। ଏହି ଅବସରରେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେବା ସହ ଲୋକଙ୍କ ପାଖରେ ସରକାଙ୍କ ମିଛକୁ ପହଞ୍ଚାଇବାକୁ ଦଳୀୟ ନେତା ଆହ୍ବାନ ଦେଇଥିଲେ ।

ତୃଣମୂଳ ସ୍ତରର ଲୋକଙ୍କ ସ୍ବାର୍ଥ ପାଇଁ ଜାରି ରହିଥିବା ଲଢ଼େଇ ଜୋରଦାର କରିବାକୁ ସଂକଳ୍ପ ନେଉଛି ବୋଲି କହିଛନ୍ତି ପିସିସି ସଭାପତି।। ଆଗକୁ ପଂଚାୟତ ପୌର ନିର୍ବାଚନ ଥିବାରୁ ଭୋଟରଙ୍କୁ ନା ନା ପ୍ରକାର ଲୋଭ ଦେଖାଇ ସରକାର ପ୍ରଲୋଭିତ କରିବାକୁ ଉଦ୍ୟମ କରୁଛନ୍ତି। ଏବଂ ଏହାର ପ୍ରକୃତ ସତ୍ୟ ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେଲେ ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details