ଓଡିଶା

odisha

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

By

Published : Oct 27, 2021, 10:41 PM IST

ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଆସନ୍ତା 6 ତାରିଖ ପୂର୍ବାହ୍ନରେ ବସିବ ସର୍ବଦଳୀୟ ବୈଠକ । ଯୋଗଦେବେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ଡାକିଲେ ରଜ୍ୟ ନିର୍ବାଚନ କମିଶନ
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ଡାକିଲେ ରଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା 6ତାରିଖ ପୂର୍ବାହ୍ନ 11ଟାରେ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି । ନିର୍ବାଚନ କମିଶନଙ୍କ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକ ପାଇଁ ନିର୍ବାଚନ ଆୟୁକ୍ତଙ୍କ ସଚିବ ସମସ୍ତ ରାଜନୈତିକ ଦଳକୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମସିହା ମାର୍ଚ୍ଚ ମାସ ୨ୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମାନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍, ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଉଛନ୍ତି କମିଶନ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ନିର୍ବାଚନ ଆୟୋଗ ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସମ୍ପୃକ୍ତ ରାଜନୈତିକ ଦଳଙ୍କର ସଭାପତି/ସମ୍ପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧି ଯୋଗ ଦେଇପାରିବେ । କୋଭିଡ଼ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ମାତ୍ର ଜଣେ କିମ୍ବା ୨ଜଣ ପ୍ରତିନିଧିଙ୍କୁ ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details