ଭୁବନେଶ୍ବର:ରାଜ୍ୟରେ ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ। ଓସେପା OSEPA (Odisha School Education Programme Authority)ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସ୍କୁଲରେ ଗ୍ରୀଷ୍ମ ପ୍ରବାହ ପାଇଁ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଟ 1 ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ିବାରେ ଲାଗିଲାଣି । ସ୍କୁଲରେ ପାଣି ପିଇବା ପାଇଁ ଭଲ ଭାବରେ ସୁବିଧା କରାଯାଇଛି । ପାଣି ପିଇବା ପାଇଁ ୱାଟର ବେଲର ସୁବିଧା କରାଯାଇଛି । ପ୍ରତି 1 ଘଣ୍ଟାରେ ଛୋଟ ବେଲ ବଜା ଯାଉଛି ।
ଯାହା ଫଳରେ ପିଲାମାନେ ପାଣି ପାଇ ପାରିବେ । ଓଆରଏସ (ORS) ମଧ୍ୟ ରହିଛି । ଯଦି କୈଣସି ପିଲାର କିଛି ସମସ୍ୟା ହୁଏ ତେବେ ସେମାନଙ୍କୁ ଦିଆଯିବ । ଅନ୍ୟପଟେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପାଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଛି । ଓ୍ବାଟର ଡ୍ରମ, ଆକ୍ବାଗାଡ଼ ଏବଂ ପୂର୍ଣ୍ଣ ମାତ୍ରାରେ ପାଣିର ବ୍ୟବସ୍ଥା କରାଯାଇଛି । ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବା ପୂର୍ବରୁ ପିଲାଙ୍କ ସହ ଖାଦ୍ୟ ସାମଗ୍ରୀ ସହିତ ପାଣି ଦେଇ ଛାଡିବାକୁ ଅନୁରୋଧ କରିଛନ୍ତି ।
ଯାହା ଫଳରେ ଖରା ସମସ୍ୟାରେ ବାହାର ଖାଦ୍ୟ ଯେଭଳି ଭାବରେ ପିଲାମାନେ ନ ଖାଆନ୍ତୁ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପଟେ ଅଭିଭାବକ କହିଛନ୍ତି ଯେ ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ବଢୁଛି । ତେବେ ସ୍କୁଲରେ ପାଣିର ବ୍ୟବସ୍ଥା କରାଯା ଏବଂ କ୍ଳାସ ରୁମରେ ଫ୍ୟାନର ବ୍ୟବସ୍ଥା କରାଯାଉ । ଫଳରେ ପାଠ ପଢିବା ସମୟରେ ପିଲାମାନେ ଯେଭଳି କୈଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ତେଣୁ ଏ ସମସ୍ତ ବ୍ୟବସ୍ଥା କରାଯାଉ ।