ଓଡିଶା

odisha

By

Published : Nov 11, 2019, 10:28 PM IST

ETV Bharat / city

ଓଡିଶାର ଇଣ୍ଡୋନେସିଆ କନେକ୍ସନ: କାନ୍ଥରେ ଝଲସୁଛି ସାଂସ୍କୃତିକ ସଂପର୍କ

ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ସଂପର୍କ ଏବଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ନେଇ ରାଜଧାନୀର ଲଳିତକଳା ଏକାଡେମୀରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ଫଟୋ ପ୍ରଦର୍ଶନ ସହ  କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର , କଫି ଟେବଲ ବୁକ ଏବଂ କ୍ୟାଲେଣ୍ଡର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ସଂପର୍କ ଏବଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ନେଇ ରାଜଧାନୀର ଲଳିତକଳା ଏକାଡେମୀରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ଫଟୋ ପ୍ରଦର୍ଶନ ସହ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର , କଫି ଟେବଲ ବୁକ ଏବଂ କ୍ୟାଲେଣ୍ଡର ଦେଖିବାକୁ ମିଳିଛି । ଓଡିଶା ଏବଂ ବିଭିନ୍ନ ସହରରେ ରିସୋର୍ସ ଇଣ୍ଡିକା ପକ୍ଷରୁ ‘ଦି ପ୍ରାଇଡ଼ ଆଣ୍ଡ ଗ୍ଲୋରି ଅଫ ବାଲିଯାତ୍ରା’ଆୟୋଜିତ ହେଉଛି । କଳିଙ୍ଗର ଇତିହାସକୁ ବିଶ୍ୱ ଦରବାରରେ ଉତଥାପନ କରିବା ପାଇଁ ରିସୋର୍ସ ଇଣ୍ଡିକା ପକ୍ଷରୁ ଏହି ପ୍ରୟାସ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ସହ ଇଣ୍ଡୋନେସିଆର ସଂପର୍କ ବହୁ ପ୍ରାଚୀନ ଓ ଏହା ସହ ବାଲିଯାତ୍ରା ପଡ଼ିଆରେ ହୋଇଥିବା ଇଣ୍ଡୋନେସିଆ ପାଭେଲିୟନରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଥିବା କଥା ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ତୋ ରେଜା ସୂର୍ଯ୍ୟଦିପୁରୋ କହିଛନ୍ତି ।

ପ୍ରଥମଥର ପାଇଁ ଦକ୍ଷିଣପୂର୍ବ ଏସିଆ ସହ ଓଡ଼ିଶାର ସାଂସ୍କୃତିକ, ପର୍ଯ୍ୟଟନ, କଳା ଏବଂ ସଂସ୍କୃତି ନେଇ ଏକ ଅନନ୍ୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ଏହା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ବାଲିଯାତ୍ରା ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ । ଦକ୍ଷିଣପୂର୍ବ ଏସିଆ ଯଥା-ଇଣ୍ଡୋନେସିଆ, ଥାଇଲାଣ୍ଡ, କାମ୍ବୋଡିଆ, ଭିଏତନାମ ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ରହିଛି। ଏହି ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details