ଓଡିଶା

odisha

Odisha Corona Cases, ଦିନକରେ 262 ସଂକ୍ରମିତ

By

Published : Aug 26, 2022, 11:19 AM IST

ରାଜ୍ୟରେ 24 ଘଣ୍ଟାରେ ଆଉ 262ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ଦିନକରେ 262 ସଂକ୍ରମିତ
Odisha Corona Cases, ଦିନକରେ 262 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ ଆଉ 262ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 153 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 109 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 47 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 2, ବରଗଡ 5, ଭଦ୍ରକରୁ 3, ବଲାଙ୍ଗୀରରୁ 17, ବୌଦ୍ଧରୁ 7, କଟକରୁ 15, ଦେଓଗଡରୁ 4, ଗଜପତିରୁ 11, ଗଞ୍ଜାମରୁ 1, ଯାଜପୁରରୁ 5, ଝାରସୁଗୁଡାରୁ 5, କଳାହାଣ୍ଡିରୁ 1, କନ୍ଧମାଳରୁ 9, କେନ୍ଦ୍ରାପଡାରୁ 2, ଖୋର୍ଦ୍ଧାରୁ 50 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତ-India Corona, ଦିନକରେ 10 ହଜାରରୁ ଅଧିକ ସଂକ୍ରମିତ

ସେହିପରି ମୟୂରଭଞ୍ଜରୁ 9, ନବରଙ୍ଗପୁରରୁ 9, ନୟାଗଡରୁ 6, ନୂଆପଡାରୁ 6, ପୁରୀରୁ 7, ରାୟଗଡାରୁ 2, ସମ୍ବଲପୁରରୁ 16, ସୋନପୁରରୁ 1, ସୁନ୍ଦରଗଡରୁ 53 ଓ ଷ୍ଟେଟପୋଲରୁ 13 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 26 ହଜାର 383ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1987 ସକ୍ରିୟ ମାମଲା ରହିଛି । ନୂଆ 421ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 15 ଲକ୍ଷ 173 ଜଣ ସୁସ୍ଥ ହୋଇଛନ୍ତି । ବର୍ଚ୍ଚମାନ ସୁଦ୍ଧା 3,31,00778 କୋରୋନା ପରୀକ୍ଷା କରାଯାଇଛି ।

ଗୁରୁବାର ରାଜ୍ୟରେ 355 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ 208 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 147 ଜଣ ସ୍ଥାନୀୟ ସଂକ୍ରମିତ ରହିଥିଲେ । ତେବେ ରାଜ୍ୟରେ ବର୍ତ୍ତମାନ ପାଞ୍ଚ ଶହ ତଳକୁ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details