ଓଡିଶା

odisha

By

Published : May 2, 2022, 12:30 PM IST

ETV Bharat / city

IITର ତଥ୍ୟ ପରେ କୋଭିଡକୁ ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଆଇଆଇଟି କାନପୁରର ତଥ୍ୟ ଅନୁସାରେ କୌଣସି ସ୍ଥାନ କୋରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କୋରୋନା ରହିବ। ଅଧିକ ପଢନ୍ତୁ

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ:IIT କାନପୁର
କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ:IIT କାନପୁର

ଭୁବନେଶ୍ବର: ଘାରିଲାଣି ଚତୁର୍ଥ ଲହର ଭୟ । IIT କାନପୁରର ତଥ୍ୟ ଅନୁସାରେ କୌଣସି ସ୍ଥାନ ଏବେ କୋରୋନା ମୁକ୍ତ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି କୋରୋନା ବ୍ୟାପିବ, କିଛି କିଛି ସ୍ଥାନରେ କୋରୋନା ରହିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ । ଯଦି ଚତୁର୍ଥ ଲହର ଆସେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛି ଆଇଆଇଟି କାନପୁର । ଏହାସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ ।

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ:IIT କାନପୁର

ଦୁଇ ଦିନ ତଳେ ଆସିଥିବା ତଥ୍ୟ କହୁଛି କୋରୋନା ଆକ୍ରାନ୍ତ ବର୍ତ୍ତମାନ ଗୁରୁତର ହେଉ ନାହାନ୍ତି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଯେଉଁଠି କୋରୋନା ବ୍ୟାପିବ ସେଠାରେ ପଦକ୍ଷେପ ନିଆଯିବ । ଏହାସହ ଦିଲ୍ଲୀରେ ସଂକ୍ରମଣ ବଢିବା ପ୍ରାୟ ଏକ ମାସ ହେଲାଣି । ହେଲେ ଏଯାଏଁ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ । ରାଜ୍ୟରେ ସିଭିଆରଟି ନାହିଁ, ହସ୍ପିଟାଲାଇଜେନ ନାହିଁ, ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି । ତେଣୁ କୌଣସି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details