ଓଡିଶା

odisha

By

Published : Feb 2, 2020, 8:22 PM IST

ETV Bharat / city

ବାପୁଜୀ ନଗର ପାଇଁ ନୂଆ ନିୟମ, ଗାଡି ଧରି ଆସୁଥିଲେ ଦିଅନ୍ତୁ ଧ୍ୟାନ

ବାପୁଜୀ ନଗର ଯାଉଛନ୍ତି କି । ବାପୁଜୀ ନଗର ମାର୍କେଟ ପାଇଁ ଲାଗିଲା ନୂଆ କଟକଣା । କଣ ରହିଛି କଟକଣା ପଢନ୍ତୁ ..

NEW RULE
ବାପୁଜୀ ନଗର ପାଇଁ ନୂଆ ନିୟମ

ଭୁବନେଶ୍ବର: ବାପୁଜୀ ନଗର ମାର୍କେଟ ପାଇଁ ଲାଗିଲା କଟକଣା । ଏଣିକି ବାପୁଜୀ ନଗର ଯାଉଥିଲେ କଳ୍ପନାରୁ ରାଜମହଲ ରାସ୍ତାରେ ଉଭୟ ପାର୍ଶ୍ବରେ ରଖନ୍ତୁ ନାହିଁ ଗାଡି । ବାପୁଜୀ ନଗର ଲେନରେ ୱାନ ୱେରେ ଯାଆନ୍ତୁ ଅର୍ଥାତ ଲେନ ନମ୍ବର ୧ରେ ପ୍ରବେଶ କଲେ ସେହି ଲେନରେ ରିଟର୍ଣ୍ଣ ନ କରି ଲେନ ୨ଦେଇ ବାହାରନ୍ତୁ ।

ବାପୁଜୀ ନଗର ପାଇଁ ନୂଆ ନିୟମ, ଗାଡି ଧରି ଆସୁଥିଲେ ଦିଅନ୍ତୁ ଧ୍ୟାନ

ଏଥିସହ ଲେନରେ ଏଣ୍ଟ୍ରି ପରେ ଗାଡି ରଖିବା ସମୟରେ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର ଦିନ ଡାହାଣ ପାର୍ଶ୍ବରେ ପାର୍କିଂ କରନ୍ତୁ । ବାକି ଅନ୍ୟଦିନ ବାମ ପାର୍ଶ୍ବରେ ପାର୍କିଂ କରିବେ । କାରଣ ବାପୁଜୀ ନଗରକୁ ଯିବା ଆସିବା ସମୟରେ ହୋଇଥାଏ ଅନେକ ସମସ୍ୟା । ସପିଂ କରିବା ସମୟରେ ଉପୁଜିଥାଏ ବାଧା । ତେଣୁ ଏନେଇ ବାପୁଜୀ ନଗର ବଜାର କମିଟି ସହ ଆଲୋଚନା କରି ଏଭଳି ନିୟମ ଜାରି କରିଛି କମିଶନରେଟ ପୋଲିସ ।

ଏଥିପାଇଁ ସ୍ବତନ୍ତ୍ର ଫଳକ ଜରିଆରେ ସର୍ବସାଧାରଣଙ୍କୁ ଅବଗତ କରାଯିବ । ନିୟମ ନମାନିଲେ ରହିଛି ୧୦୦୦ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା । ବାପୁଜୀ ନଗରରେ ଥିବା ରବିନ୍ଦ୍ର ମେଡିକାଲ ଷ୍ଟୋର ସାମ୍ନା ଓ ଜଗନ୍ନାଥ ସେନା ସଦନ ସାମ୍ନା ଓ ବ୍ୟାଙ୍କ ଅଫ ବରୋଦା ସାମ୍ନାରେ ସ୍ବତନ୍ତ୍ର ପାର୍କିଂ ପାଇଁ ରହିଛି ସୁବିଧା । ତାହାସହ ରାଜମହଲରୁ ଏଜିଛକ ପର୍ଯ୍ୟନ୍ତ ସିଙ୍ଗଲ ଲେନ ପାର୍କିର ବ୍ୟବସ୍ଥା ଥିବାବେଳେ ବାଇକ ପାର୍କିଂ ପାଇଁ ରହିଛି ସ୍ବତନ୍ତ୍ର ସ୍ଥାନ । ରାସ୍ତା ଉପରେ ଠେଲା ଦୋକାନ ବା ବାଇକ ପାର୍କିଂ କଲେ ଲାଗିବ ଜୋରିମାନା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details