ଓଡିଶା

odisha

By

Published : Sep 12, 2021, 7:11 AM IST

Updated : Sep 12, 2021, 2:15 PM IST

ETV Bharat / city

ଆଜି ନିଟ୍ ପରୀକ୍ଷା, ରାଜ୍ୟର ୩,୮୫୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା

୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ ନିଟ୍ ପରୀକ୍ଷା । ଦେଶ ଓ ବିଦେଶରେ ୨୦୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଅଧିକ ପଢନ୍ତୁ...

ଆଜି ନିଟ୍ ପରୀକ୍ଷା,ରାଜ୍ୟରେ ୩,୮୫୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା
ଆଜି ନିଟ୍ ପରୀକ୍ଷା,ରାଜ୍ୟରେ ୩,୮୫୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ବର: ଆଜି(ରବିବାର) ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ ନିଟ୍ ପରୀକ୍ଷା । ଦେଶ ଓ ବିଦେଶରେ ୨୦୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ କଟକଣାକୁ ଲକ୍ଷ୍ୟ କରି ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରଯାଇଛି ।

ଆଜି ନିଟ୍ ପରୀକ୍ଷା, ରାଜ୍ୟରେ ୩,୮୫୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା

ଚଳିତ ବର୍ଷ ରେକର୍ଡ ସଂଖ୍ୟାକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥର ମୋଟ ୧୬ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ ୧୬ଟି ସହରରେ ୩ ହଜାର ୮୫୮ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ କୋଭିଡ ନିୟମମାନି କେନ୍ଦ୍ରକୁ ଆସିବାକୁ ନିର୍ଦ୍ଦେଶ ହୋଇଛି । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଦିନ ୧୧ଟା ରୁ ସାଢେ ଗୋଟେ ମଧ୍ୟରେ ପ୍ରବେଶ କରିବେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯାଇଛି ।

ଓଡ଼ିଶାର ୧୬ଟି ସହର ଅନୁଗୁଳ, ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେଉଛି | କେବଳ ଭୁବନେଶ୍ବରରେ ୧୬ଟି କେନ୍ଦ୍ର ହୋଇଛି । ଏଥିରେ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ମିଳିଛି । ଏନ୍ୟପଟେ ପ୍ରଶ୍ନପତ୍ର କିପରି ଲିକ୍ ନ ହେବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ବ୍ୟସ୍ତ ନହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଏନଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶିକ ସାଧନା ପରାସର ।

ନିଟ୍ ପରିଚାଳନା ସହଯୋଗ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କୋଭିଡ ଭଳି କଠିନ ପରିସ୍ଥିତିରେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ବର୍ଗର ସହଯୋଗ ଆବଶ୍ୟକ । ନିଜ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ପରାମର୍ଶ ଦେଇଥିବା ଆଶା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Sep 12, 2021, 2:15 PM IST

ABOUT THE AUTHOR

...view details