ଓଡିଶା

odisha

'ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଆଗରେ ଓଡିଶା'

By

Published : Sep 26, 2019, 3:09 PM IST

ରାଜ୍ୟରେ କୁପୋଷଣ ନିରାକରଣ କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଓଡିଶା ରାଜ୍ୟ ଜାତୀୟ ସୂଚୀରେ ପ୍ରଥମ ରହିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ କୁପୋଷଣ ନିରାକରଣ କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଓଡିଶା ରାଜ୍ୟ ଜାତୀୟ ସୂଚୀରେ ପ୍ରଥମ ରହିଛି । ତେବେ ବିଗତ ତିନିବର୍ଷ ଭିତରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନ୍ଵୟନ ଓ ଅଙ୍ଗନବାଡି କର୍ମୀଙ୍କ ପରିଶ୍ରମ ଯୋଗୁଁ ଏହି ପ୍ରତିଶତ 63 ପ୍ରତିଶତରୁ 37 ପ୍ରତିଶତକୁ କମିଛି । ଏହା ସତ୍ତ୍ବେ ମଧ୍ୟ ରାଜ୍ୟରେ 5ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁ ଓ କୁପୋଷଣରେ ସାରା ଦେଶରେ ସର୍ବାଗ୍ରେ ରହିଛି ।

ଏହାକୁ 37 ରୁ 7 ପ୍ରତିଶତକୁ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଶାବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ପୋଷଣ ମାସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏଥିପାଇଁ ଯଥେଷ୍ଟ ପରିମାଣର ସଚେତନତା ଆବଶ୍ୟକ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ଓଡିଶା ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା ଓ ଶିଶୁ ବିଭାଗ ଉପଦେଷ୍ଟା ସୁଲତା ଦେଓ ଓ ଅନ୍ୟମାନେ କୁପୋଷଣ ନିରାକରଣ ଦିଗରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details