ଓଡିଶା

odisha

By

Published : Oct 6, 2021, 8:08 AM IST

ETV Bharat / city

ନିରଞ୍ଜନଙ୍କ ବିରୋଧରେ ନରେଶ ଥାନାର ଦ୍ବାରସ୍ଥ

କଂଗ୍ରେସ ନେତା ନରେଶ ମହାନ୍ତି ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ନିରଞ୍ଜନଙ୍କ ବିରୋଧରେ ନରେଶ ଥାନାର ଦ୍ବାରସ୍ଥ
ନିରଞ୍ଜନଙ୍କ ବିରୋଧରେ ନରେଶ ଥାନାର ଦ୍ବାରସ୍ଥ

ଭୁବନେଶ୍ବର:କଂଗ୍ରେସର ଅନ୍ତର୍ଦ୍ୱନ୍ଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ପିପିଲି ଉପନିର୍ବାଚନ ପରେ କଂଗ୍ରେସରେ କନ୍ଦଳ ବଢ଼ିଛି । କଂଗ୍ରେସ ନେତା ନରେଶ ମହାନ୍ତି ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳବାର ଭୁବନେଶ୍ୱରରେ କଂଗ୍ରେସ ନେତା ନରେଶ ମହାନ୍ତି ନିଜ ଜୀବନ ପ୍ରତି ବିପଦ ଥିବାରୁ ଭୁବନେଶ୍ୱର ଡିସିପିଙ୍କ ପାଖରେ ଏକ ମାମଲା ରୁଜୁ କରିଛନ୍ତି । ପିସିସି ସଭାପତି ଓ ତାଙ୍କ ସମର୍ଥକମାନେ ଫୋନ୍‌ ଯୋଗେ ଧମକ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ନରେଶ ମହାନ୍ତି।

ନିରଞ୍ଜନଙ୍କ ବିରୋଧରେ ନରେଶ ଥାନାର ଦ୍ବାରସ୍ଥ



ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନରେଶ ମହାନ୍ତି କଂଗ୍ରେସ ଭବନରେ ଧାରଣା ଦେଇଥିଲେ । ନେତୃତ୍ୱ ପରିବର୍ତ୍ତନ ନେଇ ଦାବି କରିଥିଲେ ନରେଶ ଓ ଅନ୍ୟ କଂଗ୍ରେସ କର୍ମୀ । ଏହି ଘଟଣାରେ କ୍ଷୁବ୍ଧ ହୋଇ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକ ମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି ।



ସେପଟେ ପିସିସି ସଭାପତି ନରେଶଙ୍କ ନମ୍ବର ଜାଣିନଥିବା କଥା କହିଛନ୍ତି । କଂଗ୍ରେସରେ ନରେଶ କେଉଁ ପଦବୀରେ ଅଛନ୍ତି ସେ ପ୍ରଶ୍ନ କରିଥିଲେ । ପୋଲିସ ତଦନ୍ତ କରୁ, ଯିଏ ଅନ୍ୟାୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

ABOUT THE AUTHOR

...view details