ଓଡିଶା

odisha

By

Published : Nov 27, 2020, 8:12 PM IST

ETV Bharat / city

ବୀରବେଶରେ ଦର୍ଶନ ଦେଉଛନ୍ତି ମହାବାହୁ, କୃତାର୍ଥ ଭକ୍ତ

ରାଜଧାନୀର ୟୁନିଟ 5 ଅଞ୍ଚଳରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି । ଅଧିକ ପଢନ୍ତୁ...

ବୀରବେଶରେ ଦର୍ଶନ ଦେଉଛନ୍ତି ମହାବହୁ: କୃତାର୍ଥ ଭକ୍ତ
ବୀରବେଶରେ ଦର୍ଶନ ଦେଉଛନ୍ତି ମହାବହୁ: କୃତାର୍ଥ ଭକ୍ତ

ଭୁବନେଶ୍ବର: ଦୀର୍ଘ 25 ବର୍ଷ ପରେ ଆସିଛି ଅପୂର୍ବ ତିଥି । ଯେଉଁଥିରେ ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ବୀର ବେଶରେ ଦର୍ଶନ ଦିଅନ୍ତି । ମହାମାରୀର କରାଳ କାୟା ସାରା ସଂସାରରେ ବିସ୍ତାରିତ ହୋଇଥିବା ବେଳେ ପୁରୀ ଶ୍ରୀମନ୍ଦିରରେ ମହାବାହୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଆୟୋଜନ କରାଯାଇଛି । ମାତ୍ର କୋରୋନା କଟକଣା ଯୋଗୁଁ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସୁଯୋଗ ମିଳିନାହିଁ । ଯାହା ସାରା ଦେଶର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ କରିଛି । ତେବେ ଖୁସିର କଥା ହେଉଛି ରାଜଧାନୀ ଭୁବନେଶ୍ବରର ୟୁନିଟ 5 ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିଛି ।

ବୀରବେଶରେ ଦର୍ଶନ ଦେଉଛନ୍ତି ମହାବହୁ: କୃତାର୍ଥ ଭକ୍ତ

ଶ୍ରୀମନ୍ଦିରରେ ମହାବାହୁଙ୍କ ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି । ମାତ୍ର ୟୁନିଟ 5 ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ପୁରୀରୁ ବେଶକାରମାନେ ଆସି ଜଗନ୍ନାଥଙ୍କୁ 16 ପ୍ରକାରର ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିଛନ୍ତି । ଏଠାରେ ଭକ୍ତମାନଙ୍କୁ ଏହି ବୀର ବେଶ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାବଗ୍ରାହୀଙ୍କ ଅପୂର୍ବ ନାଗାର୍ଜୁନ ବେଶ ଦର୍ଶନରେ ଭକ୍ତମାନେ କୃତାର୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details