ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀ ହେବେ ବୀମାଭୁକ୍ତ । ଏବେ ସୁଦ୍ଧା ରାଜ୍ୟରେ 8 ଲକ୍ଷ 64 ହଜାର 499 ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ସରକାର । ରାଜ୍ୟରେ ମୋଟ୍ 21 ଲକ୍ଷ 28 ହଜାର 246 ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 8 ଲକ୍ଷ 64 ହଜାର 499 ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ବିଧାନସଭା ଶୀତକାଳୀନ ଅଧିବେଶନରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫଟି ଇନ୍ସୁରାନ୍ସ ସ୍କିମ ପ୍ରଚଳନ କରାଯାଇଛି ।