ଓଡିଶା

odisha

By

Published : Nov 23, 2020, 2:45 PM IST

ETV Bharat / city

ରାଜ୍ୟରେ ସାଢେ 8 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ

ରାଜ୍ୟରେ ୮ ଲକ୍ଷ ୬୪ ହଜାର ୪୯୯ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ..

ରାଜ୍ୟର ସାଢେ  8 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ
ରାଜ୍ୟର ସାଢେ 8 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ

ଭୁବନେଶ୍ବର: ସ୍କୁଲ ଛାତ୍ର ଛାତ୍ରୀ ବୀମାଭୁକ୍ତ ଅଛନ୍ତି । ରାଜ୍ୟରେ ୮ ଲକ୍ଷ ୬୪ ହଜାର ୪୯୯ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ସରକାର । ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫ୍ଟି ଇନସୁରାନ୍ସ ସ୍କିମ ପ୍ରଚଳିତ ହୋଇଛି ।

ରାଜ୍ୟର ସାଢେ 8 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ

ବର୍ତ୍ତମାନ ରାଜ୍ୟରେ ମୋଟ ୨୧ ଲକ୍ଷ ୨୮ ହାଜର ୨୪୬ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଛନ୍ତି । ପ୍ରାଥମିକ, ମାଧ୍ୟମିକ, ଉଚ୍ଚପ୍ରଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିମାଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫଟି ଇନସୁରାନ୍ସ ସ୍କିମ ପ୍ରଚଳନ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ୨ ଟଙ୍କା ଆଦାୟ କରାଯାଉଛି ।

ସେହିପରି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ବୀମା ଲାଗି ୩ ଟଙ୍କା ଆଦାୟ କରାଯାଉଛି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details