ଓଡିଶା

odisha

By

Published : Oct 15, 2021, 10:42 PM IST

ETV Bharat / city

ନନ୍ଦନକାନନ ଟଏ ଟ୍ରେନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ନନ୍ଦନକାନନରେ ଆରମ୍ଭ ହୋଇଥିବା ଟଏ ଟ୍ରେନରେ ଅପରାହ୍ନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ଅଳ୍ପକେ ବର୍ତ୍ତିଲେ 50  ପର୍ଯ୍ୟଟକ । ଅଧିକ ପଢନ୍ତୁ...

machinery defect in Nandankanan toy train
ନନ୍ଦନକାନନ ଟଏ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ଭୁବନେଶ୍ବର:ନନ୍ଦନକାନନ ଟଏ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି । ଅଳ୍ପକେ ବର୍ତ୍ତିଲେ 50 ପର୍ଯ୍ୟଟକ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

ନନ୍ଦନକାନନର ଟଏ ଟ୍ରେନ୍ ଅପରାହ୍ନ 4 ଟା ସମୟରେ ଟ୍ରେନ ଟି ଯାତ୍ରା କରୁଥିବା ସମୟରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଯାହା ଫଳରେ ସର୍ଟ ସର୍କିଟ ହୋଇ କିଛି ମାତ୍ରାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏଇ ଘଟଣା ରେ କୌଣସି ପର୍ଯ୍ୟଟକ ମାନଙ୍କର କୌଣସି ଅସୁବିଧା ହୋଇନାହିଁ । ଏଥିରେ ପାଖା ପାଖି 50 ପର୍ଯ୍ୟଟକ ରହିଥିଲେ ଏବଂ ସମସ୍ତେ ସୁରକ୍ଷିତ ରହିଛନ୍ତି। ଏହାର ଯାଞ୍ଚ ଏବଂ ସଂଶୋଧନ କରିବାକୁ RITES କୁ କୁହାଯାଇଛି ।

ସମ୍ପୂର୍ଣ୍ଣ ରୂପେ ଠିକ କରିବା ଲାଗ ଚେଷ୍ଟା କରାଯାଉଛି। ଯାହା ଆଶା କରାଯାଉଛି ଆସନ୍ତାକାଲି ପୁଣିଥରେ ଟଏ ଟ୍ରେନ ଚଳିବ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ର ଉପନିର୍ଦେଶକ ସଞ୍ଜିତ କୁମାର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details