ଭୁବନେଶ୍ବର: ଦେଶର ଅନ୍ୟ ରାଜ୍ୟ ସମେତ ଆମ ରାଜ୍ୟରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ରାଜ୍ୟବାସୀ କୋରୋନାର ନିୟମକୁ ନ ମାନିଲେ ପୁଣି ମହାମାରୀର ସାଘାଂତିକ ରୂପକୁ ଏଡାଇବା ପାଇଁ ଲକଡାଉନ ଫେରିବାର ସମ୍ଭାବନା ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
କୋରୋନା ମାମଲା ସାରା ଦେଶରେ ବଢିବା ସହିତ ଆମ ରାଜ୍ୟରେ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । କଟକ ଜିଲ୍ଲାର ଏକ ଶିକ୍ଷାନୁଷ୍ଠାନରେ 21 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡର ସାଘାଂତିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ତରରେ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ କରୁଛନ୍ତି। ମୁଖ୍ୟତଃ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ଅଧିକ ନଜର ରଖାଯାଉଛି । ହୋମ ଆଇସୋଲେସନକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି । ନିୟମ କଡ଼ାକଡ଼ି ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଆବଶ୍ୟକ ପଡିଲେ ଲକଡାଉନ ପୁଣି ଲାଗୁ ହୋଇପାରେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।