ଓଡିଶା

odisha

By

Published : Mar 21, 2022, 4:46 PM IST

ETV Bharat / city

ବନ୍ଧା ହେଲେ ନଟ ଗ୍ୟାଙ୍ଗ, ଦେଢ ଲକ୍ଷ ସହ ମୋବାଇଲ ଜବତ

ବ୍ୟାଙ୍କ ସାମ୍ନାରେ ଛକୁଥିଲେ । ହେବି କ୍ୟାସ ନେଉଥିବା ଗ୍ରାହକଙ୍କୁ ଲୁଟୁଥିଲେ। ରାଜଧାନୀରୁ ଏକ ଲୁଟେରା ଗ୍ୟାଙ୍ଗୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ବନ୍ଧା ହେଲେ ନଟ ଗ୍ୟାଙ୍ଗ : ଦେଢ ଲକ୍ଷ ଟଙ୍କା ସହ ମୋବାଇଲ ଜବତ
ବନ୍ଧା ହେଲେ ନଟ ଗ୍ୟାଙ୍ଗ : ଦେଢ ଲକ୍ଷ ଟଙ୍କା ସହ ମୋବାଇଲ ଜବତ

ଭୁବନେଶ୍ବର: ବ୍ୟାଙ୍କ ସାମ୍ନାରେ ଛକୁଥିଲେ । ହେବି କ୍ୟାସ ନେଉଥିବା ଗ୍ରାହକ ଓ କ୍ୟାସ ପିକିଙ୍ଗ ସଂସ୍ଥାକୁ ଲୁଟୁ ଥିଲେ । ବଡ ବଡ ବ୍ୟବସାୟୀ ଟାର୍ଗେଟ କରୁଥିଲେ। ସ୍ପିଡ ବାଇକରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଛୁ ମାରୁଥିଲେ । ବଡ ବଡ ହୋଟେଲରେ ରହୁଥିଲେ । ଗୋଟିଏ ସହରରେ ଲୁଟପାଟ ପରେ ଅନ୍ୟ ସହରରେ ଆତଙ୍କ ରଚୁଥିଲେ । ରାଜଧାନୀରେ ଏପରି ଢଙ୍ଗରେ ଅପରେଟ କରୁଥିବା ଗ୍ୟାଙ୍ଗକୁ ଠାବ କରିଛି ପୋଲିସ ।

ବନ୍ଧା ହେଲେ ନଟ ଗ୍ୟାଙ୍ଗ : ଦେଢ ଲକ୍ଷ ଟଙ୍କା ସହ ମୋବାଇଲ ଜବତ

ଏକ ବ୍ୟାଙ୍କ ସାମ୍ନାରୁ ଜଣେ ବ୍ୟବସାୟୀଙ୍କୁ ଲୁଟ ପରେ ଏମାନଙ୍କ ସୁରାକ ପାଇଥିଲା ପୋଲିସ । ଦୁଇ ଲୁଟେରାଙ୍କୁ ପିଛା କରି କରି ଯିବା ପରେ ଶେଷରେ କୁଆଖାଇ ବ୍ରିଜ ଉପରୁ ଦୁଇ ଜଣକୁ କାବୁ କଲା ପୋଲିସ । ସେମାନଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ସମେତ ମୋବାଇଲ ଫୋନ ଜବତ କରାଯାଇଛି ।

ଏମାନଙ୍କ ଗ୍ୟାଙ୍ଗର ଆଉ ଦୁଇ ସଦସ୍ୟ ଭୁବନେଶ୍ୱରରୁ ଫେରାର ହୋଇଥିବା ବେଳେ ଏମାନଙ୍କର ଏକ ବଡ ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରେଟ ହେଉଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏମାନେ ବଡ ବଡ ହୋଟେଲରେ‌ ରହୁଥିଲେ । ବିଭିନ୍ନ‌ ବ୍ୟାଙ୍କକୁ ଆସୁଥିବା ବଡ ବଡ ବ୍ୟବସାୟୀ ଯେ କି ବିପୁଳ ପରିମାଣର କ୍ୟାସ ଆଣି ବ୍ୟାଙ୍କକୁ ଆସୁଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲେ।

ଏହିପରି ଢଙ୍ଗରେ ଗତ ୫ତାରିଖରେ ସହିଦନଗରରୁ ୬ ତାରିଖରେ ଖାରବେଳନଗରରୁ ଏବ ୧୦ତାରିଖରେ ଖାରବେଳନଗର ନଗର ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ପାଖାପାଖି ୧୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ୟାସ ଲୁଟ କରିଥିଲେ । ଏମାନେ ଏକ ସୁକଳ୍ପିତ ଢଙ୍ଗରେ ଅର୍ଥାତ ବାଇକ ଏକ ସ୍ବତନ୍ତ୍ର ସ୍ଥାନରେ ପାର୍କିଂ କରୁଥିଲେ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହୋଟେଲରେ ରହୁଥିଲେ ।

ଏମାନଙ୍କ ମଧ୍ୟରେ ଗିରଫ ହୋଇଥିବା ବାଦଲ ଗ୍ବାଲା,ଅନିକେତ ଦାସ ଦୁଇ ଅଭିଯୁକ୍ତ ବିହାରର ଜଳପାଇପୁର ଅଞ୍ଚଳର ବୋଲି ଜଣାପଡିଛି । ବିଶେଷ କରି ଏମାନଙ୍କ ଗ୍ୟାଙ୍ଗରେ ୬ରୁ ୭ଜଣ କାମ କରନ୍ତି । ବିହାର କତିହାର ଅଞ୍ଚଳରୁ ନଟ ଜାତିର‌ ଲୋକ ଏଥିରେ ସାମିଲ ହୋଇଥାନ୍ତି । ଯେକି କେବଳ ଏପରି ଅପରାଧ ଘଟାଇଥାନ୍ତି । ଏନେଇ ପୋଲିସ ସେମାନଙ୍କ‌ ନାଁ ନଟ ଗ୍ୟାଙ୍ଗ ଦେଇଥିବା ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details